କଳାହାଣ୍ଡି, (ହେମନ୍ତ ସାହୁ):ବିଶ୍ୱ ମହାମାରୀ କରୋନାର ଦିତ୍ୱୀୟ ଲହରରେ ଏବେ ବିଶ୍ୱବାସୀ ଅତିଷ୍ଠ ହେଇପଡ଼ିଲେଣି । ପ୍ରତିଦିନ କରୋନା ସଂକ୍ରମଣ ଗ୍ରାଫ୍ ଉର୍ଦ୍ଧ୍ୱମୁଖୀ ହେଉଥିବା ଦେଖିବାକୁ ମିଳିଛି । ଗତ ଏକ ବର୍ଷରୁ ବେଶୀ ହେଲା କରୋନା ରୋଗ ତାର କାୟା ବିସ୍ତାର କରିଚାଲିଛି । ତେବେ ଏହି ସମୟ ମଧ୍ୟରେ କରୋନା ଜନିତ ପରିବାର ସର୍ଭେ ଭଳି ବିଭିନ୍ନ କାର୍ଯ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଉଛି । କିନ୍ତୁ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରାଯାଉନାହିଁ । ଏ ନେଇ ମ.ରାମପୁର ବ୍ଲକ୍ ପ୍ରାଥମିକ ସଂଘ ଏକ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛି । ସଂଘ ତରଫରୁ କୁହଯାଇଛି କି,ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ ଦଦାଇତ୍ୱ ଦୈତଭାବରେ କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତେ କରୋନା ଟୀକା ଅଗ୍ରାଧିକାର ଭିତ୍ତିରେ ପାଇ ସାରିଛନ୍ତି ଏବଂ ସେମାନଙ୍କୁ ପିପିଇ କିଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ (କରୋନା ପ୍ରତିହତ ପାଇଁ) ଯୋଗାଇ ଦିଆଯାଉଛି କିନ୍ତୁ ଶିକ୍ଷକମାନଙ୍କୁ ସେ ସବୁ କିଛି ସୁବିଧା ଦିଆଯାଇନାହିଁ । ଆଉ ୪୫ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଖୁବ କମ ସଂଖ୍ୟାରେ ଏହି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । କିନ୍ତୁ ପିପିଇ କିଟଠାରୁ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଉନାହିଁ । ଶିକ୍ଷକ ସମାଜ ଦେଶର ଶିକ୍ଷା ଦିଗରେ ମେରୁଦଣ୍ଡ ହେଇଥିବାବେଳେ ତାଙ୍କ ପ୍ରତି ଏଭଳି ମନୋଭାବକୁ ଶିକ୍ଷକ ସଂଘ ଏହି କାର୍ଯ୍ୟରୁ ସେମାନଙ୍କୁ ନିବୃତ୍ତ ରଖିବାକୁ ଦାବି କରିଛନ୍ତି । ସଂଘ ତରଫରୁ ସଂପାଦକ ବୀରେନ୍ଦ୍ର କୁମାର ରଥ ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁମାନା ଜାଫ୍ରିଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।
କରୋନା କାଳରେ ଆଖି ବୁଜିଲେଣି ମ.ରାମପୁର ବ୍ଲକରେ ତିନିଜଣ ଶିକ୍ଷକ
କରୋନା କାଳରେ ମ.ରାମପୁର ବ୍ଲକର ତିନିଜଣ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କ ପରଲୋକ ଘଟିସାରିଛି । ଯାହାକୁ ନେଇ ଶିକ୍ଷକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ମ.ରାମପୁର ବ୍ଲକ ସିଂହପୁର ଗ୍ରାମର ବାସିନ୍ଦା ତଥା ଲାତେର ବିଦ୍ୟାଳୟର ଶିକ୍ଷକ ଶଶୀ ଭୂଷଣ ଧରୁଆଙ୍କ ହୃଦଘାତରେ ପରଲୋକ କୁହାଯାଉଥିଲେ ହେଁ ସେ ଜଣେ ଖୁବ ଲୋକପ୍ରିୟ ତଥା ମେଳାପୀ ଶିକ୍ଷକ ଭାବରେ ଅଂଚଳରେ ବେଶ ପରିଚିତ ଥିଲେ । ତା’ପରେ ପରେ ସର୍ଗିପଲା ବିଦ୍ୟାଳୟର ଶିକ୍ଷକ ବିରଞ୍ଚି ଭୋଇ ଏବଂ ମାର୍ଦ୍ଦିଂ ସେବାଶ୍ରମର ଯୁବ ଶିକ୍ଷକ ଗୁଣନିଧି ଧରୁଆଙ୍କ କରୋନାରେ ପରଲୋକ ଘଟିିଛି । ଉଭୟ ଯୁବ ଶିକ୍ଷକଙ୍କ ବିୟୋଗରେ ଅଂଚଳବାସୀ ମର୍ମାହତ ରହିଥିବାବେଳେ ଅନେକ ଶିକ୍ଷକ ବର୍ତ୍ତମାନ ବି କୋଭିଡ଼ ପଜିଟିଭ ଚିହ୍ନଟ ହେଇ ଚିକିତ୍ସାଧୀନ ରହିଛନ୍ତି ।