କରୋନା ସଚେତନତାକୁ ନେଇ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସ୍ୱତନ୍ତ୍ର ଆଲୋଚନା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଆଜି କରୋନା ସଚେତନତାକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଆଲୋଚନାର ବିଷୟବସ୍ତୁ ରହିଥିଲା “କରୋନା ସଚେତନତା ବ୍ୟାଖ୍ୟାନୁମାଳା”। ଆଲୋଚନାରେ ମୁଖ୍ୟ ଅତିଥି ଭାବରେ ଏସ୍.ସି.ବି. ମେଡିକାଲ କଲେଜର ଭେଷଜ ବିଶେଷଜ୍ଞ ସହ-ପ୍ରାଧ୍ୟାପକ ଡ଼. ଔଜୁଲ୍ୟ କୁମାର ଜେନା ଯୋଗ ଦେଇ ନିଜ ବକ୍ତବ୍ୟରେ କରୋନା ମହାମାରୀ ସମୟରେ ନିଜକୁ କିଭଳି ସୁସ୍ଥ ରଖିବା ଏବଂ ସଚେତନ ରଖିବା ନେଇ ଗଭୀର ଆଲୋଚନା କରିବା ସହ ସମସ୍ତେ କିଭଳି ଏହି କୋଭିଡ ସମୟରେ ନିଜର ତଥା ନିଜ ପରିବାରକୁ ସୁସ୍ଥ ଏବଂ ନିରାମୟ ରଖିପାରିବେ ସେ ନେଇ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ଚକ୍ରରେ ମାଁ ମାଣିକେଶ୍ବରୀ ଶାଖାର ଆୟୋଜକ ମନୋଜ ନାୟକ, ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ସୁରମା ଦାସ, ଅଭିଜିତ କର, ଭୁବନେଶ୍ୱର ପୁରୋହିତ, ମାଧବ ନାୟକ, ଜଗଦୀଶ୍ୱର ମୁଣ୍ଡ, ରୁପେଶ କୁମାର ପୁରୋହିତ, ମିନା ମୁଣ୍ଡ, ସୁଦେଶ୍ନା ପଣ୍ଡା ପ୍ରମୁଖ ଯୋଗଦେଇ କରୋନା ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ମାର୍ଗ ଡାକ୍ତର ଜେନାଙ୍କ ଠାରୁ ପ୍ରାପ୍ତ ହୋଇଥିଲେ। ପରିଶେଷରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମସ୍ତ ସଦସ୍ୟ କରୋନା ମହାମାରୀର ଉଚିତ ପରାମର୍ଶ ହାସଲ କରିଥିବାରୁ ଡାକ୍ତର ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.