ବଜ୍ରାଘାତରେ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୁଲୁଣ୍ଠି ପଞ୍ଚାୟତର ତାମିଲଗୁଡା ଗ୍ରାମରେ ବଜ୍ରାଘାତ ଘଟି ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗୋପନ ପାତିକା(୩୫) ଓ ତାଙ୍କ ସ୍ତ୍ରୀ ପ୍ରିୟା ପାତିକା।(୨୬)। ସୂଚନା ଅନୁଯାୟୀ ଗତକାଲି ଗ୍ରାମ ନିକଟସ୍ଥ ପାହାଡ଼କୁ ପୋଡୁ ଚାଷ କରିବା ନିମନ୍ତେ ଡଙ୍ଗର ସଫା କରିବା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା। ଠିକ୍ ସେହି ସମୟରେ ନିକଟରେ ରହିଥିବା ତେନ୍ତୁଳି ଗଛ ମୂଳେ ସ୍ୱାମୀ ଆଉ ସ୍ତ୍ରୀ ଆଶ୍ରୟ ନେଇଥିଲେ, ଠିକ ସେହି ସମୟରେ ବଜ୍ରପାତ ଘଟି ଉଭୟଙ୍କ ପ୍ରାଣବାୟୁ ଛାଡି ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟେ ଘରକୁ ନ ଫେରିବାରୁ ଗାଁ ଲୋକେ ବହୁ ଖୋଜାଖୋଜି କରିବା ପରେ ତେନ୍ତୁଳି ଗଛ ମୂଳେ ଅଚେତ ଅବସ୍ଥାରେ ପଡିଥିବା ଦେଖି ଗ୍ରାମକୁ ଧରି ଆସିଥିଲେ କିନ୍ତୁ ସେତେବେଳ ପର୍ଯ୍ୟନ୍ତ ଉଭୟଙ୍କ ପ୍ରାଣବାୟୁ ଚାଲିଯାଇଥିବା ଜଣାପଡିଛି। ମୃତ ଗୋପନଙ୍କ ୩ପୁଅ ୧ଝିଅ ରହିଥିବା ଜଣାପଡିଛି। ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ରାମନାଗୁଡା ବିଡ଼ିଓ ବେଣୁଧର ଶବର ଓ ଭାରପ୍ରାପ୍ତ ତହସିଲଦାର ଫ୍ରଡିନାଲ ଏକ୍କା ପହଞ୍ଚି ମୃତ ପରିବାର ୩ପୁଅ ଓ ଝିଅଙ୍କୁ ଭେଟି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବସ ହରିଚନ୍ଦନ ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ପଠାଇ ଦେଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.