ଜୟଦୁର୍ଗା ହାଇସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ନିତାନ୍ତ ଆବଶ୍ୟକ ହୋଇପଡିଛି । ଗଛ ନାହିଁତ ମଣିଷ ନାହଁ । ବର୍ତ୍ତମାନ ଗ୍ଲୋବାନ ୱାର୍ମିଂକୁ ନେଇ ସାରା ବିଶ୍ୱ ତତ୍ପରତା ଦେଖାଇ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେଇଛି । ଏହି କ୍ରମରେ ବନ ବିଭାଗର ଗୁରୁ ଦାଇତ୍ୱ ରହିଛି । ଏଥିପାଇଁ ବନ ବିଭାଗ ତରଫରୁ ପ୍ରତିବର୍ଷ ବନମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ରାସ୍ତାକଡ, ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରଭୃତି ସ୍ଥାନରେ ବନ ବିଭାଗ ତରଫରୁ ବୃକ୍ଷରୋପଣ କରାଯାଉଛି । ଏହି କ୍ରମରେ ଆଜି ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ପରିସରରେ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରକୃତି ମିତ୍ର ସନ୍ତୋଷ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନମହୋତ୍ସବ ପାଳିତ ହୋଇଯାଇଛି ।


ଜଙ୍ଗଲ ବିଭାଗ ତରଫରୁ ନର୍ଲା ରେଞ୍ଜର ଗିରିଧାରୀ ନାଗ, ଫରେଷ୍ଟର ସୁଶ୍ରୀ ସରିତା ପୂଝାରୀ, କୀର୍ତ୍ତନ ସା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ହାଇସ୍କୁଲର ହିନ୍ଦୀ ଶିକ୍ଷକ ବାସୁଦେବ ସେନାପତି, ହାଇସ୍କୁଲ ଷ୍ଟାଫ୍ ପ୍ରେମାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରି·ଳନା କରିଥିଲେ । ଜୟଦୁର୍ଗା ହାଇସ୍କୁଲ ପରିସରରେ ଆମ୍ବ, ପଣସ, କଦମ୍ବ, ପିଜୁଳି ଓ ଜାମୁକୁଳି ପ୍ରଭୃତି ଚାରା ରୋପଣ କରିସାରିବା ପରେ ଶିଶୁମନ୍ଦିର ଛକରୁ ନର୍ଲାରୋଡ ରାସ୍ତାକଡରେ ମଧ୍ୟ ବିଭିନ୍ନ କିସମର ଚାରାଗଛ ରୋପଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.