ନାଗାବଳୀ ଲାୟନ୍ସ କ୍ଳବ ଓ ସେଂଚ୍ୟୁରିଆନ୍ ୟୁନିଭରସିଟିର ମିଳିତ ବନ ମହୋତ୍ସବ କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ଚଳିତ ଜୁଲାଇ ମାସ ୧ତାରିଖ ଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବନ ମହୋତ୍ସବ ସପ୍ତାହ ପାଳନ ହେବ । ଏହି ପରିପ୍ରେକ୍ଷୀରେ ରାୟଗଡ ସହରର ନାଗାବଳୀ ଲାୟନ୍ସ କ୍ଳବ ଏବଂ ସେଂଚ୍ୟୁରିଆନ୍ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ସେଂଚ୍ୟୁରିଆନ୍ କ୍ୟାମ୍ପସ ପରିସରରେ ବିଭିନ୍ନ ପ୍ରଜାତିର ପାଖାପାଖି ୫୦ଗୋଟି ଚାରା ରୋପଣ କରାଯାଇ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଛି ।

ଚଳିତ ବର୍ଷ ବନ ମହୋତ୍ସବର ବିଷୟବସ୍ତୁ ରହିଛି ‘ପରିବେଶର ସୁରକ୍ଷା’ । ନାଗାବଳୀ ଲାୟନ୍ସ କ୍ଳବ ସଭାପତି ପ୍ରଶନ୍ନ ଗନ୍ତାୟତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି,

ସେଂଚ୍ୟୁରିଆନ୍ ନିର୍ଦ୍ଦେଶକ ରାଜେଶ ପାଢୀ, ଆଂଚଳିକ ଅଧ୍ୟକ୍ଷା ଶ୍ରୀମତି ରୁବି କୁଣ୍ଡୁ, ଆଇନଜୀବି ଶୋଭା ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ କ୍ଳବରେ ନୂତନ ଭାବେ ସାମିଲ ହୋଇଥିବା ସଦସ୍ୟ ସୁଦର୍ଶନ ପାଢୀଙ୍କୁ ବରିଷ୍ଠ ସଦସ୍ୟ ଓକିଲ ବ୍ରଜସୁନ୍ଦର ନାୟକ ସମ୍ବର୍ଦ୍ଧନା ଜଣାଇଥିଲେ ।


ସେହିପରି ଓକିଲ ରବି ଶତପଥି, ଅରଣୁ ପାଣିଗ୍ରାହୀ, ଶ୍ରୀମତି ରୀତାରାଣୀ ମିଶ୍ର, ବାବୁଲାଲ ଗନ୍ତାୟନ୍ତଙ୍କ ସମେତ ଅନ୍ୟମାନେ କୋଭିଡ-୧୯ ନିୟମ ପାଳନ କରି କାର୍ଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.