ବାଲିପଡ଼ା ସ୍ଥିତ ଗ୍ରାହକ ସେବା କେନ୍ଦ୍ରରେ ଗ୍ରାହକ ଶୋଷିତ ଅଭିଯୋଗ

କଳାହାଣ୍ଡି, (ନିରଞ୍ଜନ ଗଉଡ): ଜନସାଧାରଣଙ୍କ ସେବା ପାଇଁ ଉଦ୍ଧିଷ୍ଟ ଗ୍ରାହକ ସେବାକେନ୍ଦ୍ରରେ ଅନିୟମିତତା ହେଉଥିବା ନଜରକୁ ଆସିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଭିଡ ହେଉଥିବାରୁ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ଜନସେବା କେନ୍ଦ୍ର ତଥା ଶାଖାମାନ ଖୋଲି ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯାଉଛି। ସେହି କ୍ରମରେ ନର୍ଲା ବ୍ଲକ ଭାନପୁର ଗ୍ରାମ ପଂଚାୟତ କୋଡ଼ 3A760045ରେ ଚନ୍ମୟ କୁମାର ଦାଶ ନାମକ ଜଣେ ଯୁବକ ବାଲିପଡ଼ା ଠାରେ ଜନ ସେବା କେନ୍ଦ୍ର ଖୋଲି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ଗତ କିଛିଦିନ ତଳେ ଜଣେ ମହିଳା ବାଲିପଡ଼ା ଠାରେ ଥିବା ଏହି ଜନସେବା କେନ୍ଦ୍ରକୁ ଯାଇ ଏଟିଏମ ମାଧ୍ୟମରେ ୫୦୦୦ ପାଞ୍ଚ ହଜାର ଟଙ୍କା ଉଠାଇ ଥିଲେ। ସେହି ମହିଳା ଜଣକ ୫ହଜାର ଉଠାଇବାରୁ ତାଙ୍କୁ ୫୦ଟଙ୍କା କାଟିକି ଦେବାରୁ କାହିଁକି ପଚାଶ ଟଙ୍କା କାଟୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଏହା ସର୍ଭିସ ଚାର୍ଜ ବୋଲି କହିଥିଲେ। ସେହିଭଳି ଅନ୍ୟ ଜଣେ ମହିଳା ୩୦,୦୦୦ ଟଙ୍କା ଉଠାଇବାରୁ ତାଙ୍କ ଠାରୁ ମଧ୍ୟ ସାର୍ବିସ ଚାର୍ଜ ବାବଦକୁ ୩୦୦ ଟଙ୍କା କାଟିଥିବା ଅଭିଯୋଗ ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଅଂଚଳର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କିମ୍ବା ତାଙ୍କ ଗ୍ରାହକ ସେବା କେନ୍ଦ୍ରରେ ଖୋଲି ଥିବା ସଂଚୟ ଖାତାରେ ଟଙ୍କା ଜମା କିମ୍ବା ଉଠାଣ ରେ କୌଣସି ଅତିରିକ୍ତ ସେବା ଖର୍ଚ୍ଚ ଦେବାକୁ ପଡ଼େନାହିଁ। ଅନ୍ୟ ବ୍ୟାଙ୍କ ର ଖାତାକୁ ଟଙ୍କା ଜମା କଲେ ବ୍ୟାଙ୍କ ସେବାକର (ସର୍ଭିସ ଚାର୍ଜ) ଦେବାକୁ ପଡିଥାଏ। ହେଲେ ଏଠାରେ ଭାନପୁର ଗ୍ରାମ ପଂଚାୟତ କୋଡ଼ରେ ଖୋଲି ଥିବା ଅଧିକାରୀ ଚିନ୍ମୟ କୁମାର ଦାସ କିଭଳି ଭାବେ ମନ ଇଛା ଗ୍ରାହକଙ୍କ ଠାରୁ ସେବାକର ଆଦାୟ କରି ନିରୀହ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗକୁ ଗୁରୁତର ଭାବେ ବ୍ୟାଙ୍କ ଓ ଜୋନାଲ ଅଫିସ ତରଫରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.