କଳାହାଣ୍ଡି, (ନିରଞ୍ଜନ ଗଉଡ): ମ.ରାମପୁର ବ୍ଲକ କାମରେଙ୍ଗ ଗାଁର ଗରିବ ଆଦିବାସୀ ରେମନ୍ତ ମାଝୀ ଗତ ଛଅ ମାସ ତଳେ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କର ଗୋଟିଏ ଗୋଡ଼ ଅପରେସନ କରାଯାଇ ଲୁହା ରଡ଼ ଲଗାଯାଇଥିଲା। ଏବେ ଗୋଡ଼ ପଚି ସଂକ୍ରମଣ ହେବାରୁ ଉତ୍ତମ ଚିକତ୍ସା ପାଇଁରାୟପୁର ସ୍ଥିତ ରାମକୃଷ୍ଣ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରେମନ୍ତ ମାଝୀର ଆସନ୍ତାକାଲି ଅସ୍ତ୍ରପ୍ରଚାର ହେବାକୁ ଯାଉଥିବା ବେଳେ ୩ ବୋତଲ ‘ବି’+ ରକ୍ତର ଆବଶ୍ୟକତା ପଡିବ ବୋଲି ଡାକ୍ତର କହିବା ପରେ ସାଙ୍ଗେ ସାଙ୍ଗ ରେମନ୍ତର ଭାଇ ଫୋନ ଯୋଗେ କଳାହାଣ୍ଡି ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ ଚିତ୍ତରଞ୍ଜନ ମଣ୍ଡଳଙ୍କୁ ଜଣାଇଥିଲେ। ଶ୍ରୀ ମଣ୍ଡଳଙ୍କ ରାୟପୁରର ତାଙ୍କ ଜଣେ ବନ୍ଧୁ ତିଳକ ବରାଡିଆଙ୍କୁ ଜଣାଇଥିଲେ ଓ ତାଙ୍କ ସହଯୋଗରେ ରାଇପୁରର ରୂପେଶ ରିକୱାଡ଼, ରାଜନ ସାହୁ ଓ ପୌଲସ୍ତି ମେହେର ରାମକୃଷ୍ଣ କେୟାରକୁ ଆସି ରକ୍ତଦାନ କରିଥିଲେ। ରାମକୃଷ୍ଣ କେୟାରରେ ରାୟପୁରର ଗଣେଶ ଅଗ୍ରୱାଲ (ଗୋଲଡି) ଓ ବିବେକ ବେହେରା ସମସ୍ତ ପ୍ରକାର ସହଯୋଗ କରୁଛନ୍ତି।





