କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟିର ଆବାହକ ଲଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ରବିବାର ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନଚଞ୍ଚରା ପାଦଦେଶ କୁ ଲାଗି ରହିଥିବା ସାହାଜଖୋଲ ଜଙ୍ଗଲରେ ବୃକ୍ଷରୋପଣ କରାଯାଇଛି।

ଏଥିରେ ଆମପାଣି ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗୀନି ହଂସ, ଭଜମନ ନାଏକ, ନାନକ ଅଗ୍ରୱାଲ, ପରକ୍ଷିତ ବେଶ୍ରା, କୃଷ୍ଣ ନାଏକ ସମେତ ସୁରକ୍ଷା ସମିତି ର ଶତାଧିକ ମହିଳା ସଦସ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।





