କଳାହାଣ୍ଡି ବିଶ୍ବବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଜାତୀୟ ଆଲୋଚନାଚକ୍ର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗ ପକ୍ଷରୁ ‘ସୁଭାଷ ଚନ୍ଦ୍ର ବୋଷ, ସ୍ୱାଧୀନତା ଆନ୍ଦୋଳନ ଏବଂ ସାଂପ୍ରତିକ ଭାରତରେ ତାହାର ପ୍ରାସଙ୍ଗିକତା’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ ତଥା ଇତିହାସ ବିଭାଗ ମୁଖ୍ୟ ଡ. ନଳିନୀକାନ୍ତ ରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଖୁସବୁ ନାଜ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ରେଜିଷ୍ଟ୍ରାର୍ ପୀତାମ୍ବର ଭୋଇଙ୍କ ସମ୍ଭାଷଣ ପରେ ଉତ୍କଳ ବିଶ୍ଵବିଦ୍ୟାଳୟର ସେବାନିବୃତ୍ତ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ଚୌଧୁରୀ ଓ ଅଧ୍ୟାପିକା ସ୍ମରଣିକା ଟି ସାମନ୍ତ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପିକା ଡ. ଗୀତାଞ୍ଜଳି ରାଉତ ଓ ଖୁସବୁ ନାଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବାପି ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଡ. ଜୟଦେବ ସାହୁ, ଡ. ସିଲି ରାଉତ, ମହେଶ୍ୱର ଦୁରିଆ, ସରିତା ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.