ଭଟାଙ୍ଗପଦର କ୍ଲଷ୍ଟରରେ ବନ ମହୋତ୍ସବ ସପ୍ତାହ

ଲାଞ୍ଜିଗଡ଼ (ଦୁଃଖିଶ୍ୟାମ ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର କ୍ଲଷ୍ଟରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସିଆରସିସି ଭାରତ ଭୂଷଣ ସାହୁଙ୍କ ଆହ୍ୱାନ କ୍ରମେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା।

ଏଥିରେ ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦିତ୍ୟ କୁମାର ପଣ୍ଡା, ରାଣୀକଟା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନଳିନୀ ପ୍ରଭା ଦାଶ, କୋଟଡ଼ଘାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ସାହୁ, କନର୍ଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ଦୁର୍ଗା, ସୁଲିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ ରଞ୍ଜନ ବିଶି,

ଖକସି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମେହେର, ଜାମଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ସାହୁ, ଯୁବାଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ହରିଜନ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.