ବଞ୍ଜାରୀ ଘାଟିରେ ଫସି ରହିଛନ୍ତି ଶହ ଶହ ଯାନବାହନ, ଗମନାଗମନ ବାଧାପ୍ରାପ୍ତ

ଲାଞ୍ଜିଗଡ଼: ଆଜି (ମଙ୍ଗଳବାର) ସକାଳ ୬.୩୦ରୁ ବଞ୍ଜାରୀ ଘାଟିର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଛନ୍ତି। ଗୋଟିଏ ମାଳବାହୀ ଟ୍ରକର ବ୍ରେକ୍ ଡାଉନ୍ ହେବା ଫଳରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଘାଟି ଉପରେ ଦୁଇଟି ଟ୍ରକ ମୁହାଁ ମୁହିଁ ହୋଇ ଅଟକି ରହିଥିବାରୁ ରାସ୍ତା ଜାମ ହୋଇଯାଇଛି। ଫଳରେ ଭବାନୀପାଟଣା-ରାୟଗଡା ରାଜ୍ୟ ରାଜପଥ ଉପରେ ଥିବା ବଞ୍ଜାରୀ ଘାଟିର କିଡିଙ୍ଗ ଠାରୁ କିଚେଇଯୋର ଏବଂ କିଡିଙ୍ଗ ଠାରୁ କାଉଗୁଡା ପର୍ଯ୍ୟନ୍ତ ରାସ୍ତାରେ ଶହ ଶହ ଯାନବାହନ ଅଟକି ରହି ଗମନାଗମନ ବାଧାପ୍ରାପ୍ତ ହୋଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.