ଭାଲୁ କାମୁଡାରେ ଯୁବକ ଗୁରୁତର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବେଡାଗାଁ ପଞ୍ଚାୟତ ଦେହେଡା ଗାଁର ଜଣେ ଯୁବକ ଭାଲୁ କାମୁଡାରେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଆଧାରରେ ଦେହେଡା ଗାଁର ଦେବ ମାଝୀ(୨୬) ନାମକ ଜଣେ ଯୁବକ ଗାଁ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବାବେଳେ ଜଙ୍ଗଲୀ ଭାଲୁ ହାବୁଡରେ ପଡିଥିଲେ। ଭାଲୁ ଆକ୍ରମଣରେ ତାଙ୍କର ବାମ ଗୋଡରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ପରିବାର ଲୋକେ ପ୍ରଥମେ ବିଶ୍ୱନାଥପୁର ଓ ସେଠାରୁ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରିଥିବା ଜଣାପଡିଛି। ଖବର ପାଇ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦଙ୍କ ନିର୍ଦ୍ଦେଶରେ ବେଡାଗାଁ ଫରେଷ୍ଟର ଓ ଗାର୍ଡ ଆହତଙ୍କ ଅବସ୍ଥା ପଚାରି ବୁଝିବା ସହିତ ମେଡିକାଲ ରିପୋର୍ଟ ପରେ କ୍ଷତିପୂରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.