ଲାଞ୍ଜିଗଡ଼: ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଅନୁକୂଲ୍ୟରେ ଲାଞ୍ଜିଗଡ ବ୍ଲକର ମୁଣ୍ଡାଗାଁଠାରେ ଡକ୍ଟର ଭୀମ ରାଓ ଆମ୍ବେଦକର କ୍ଲବ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣା ତଥା କମର୍ଦ୍ଧା ବନାଞ୍ଚଳ ଅଧିକାରୀ ଓ ଷ୍ଟାଫଙ୍କ ମିଳିତ ସହଯୋଗରେ ଉତ୍ସବ ଟି ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ଆମ୍ବେଦକର କ୍ଲବର ସଭାପତି ବିଭୁତି ଭୂଷଣ ତାଣ୍ଡି ପରିଚାଳନା କରିଥିବାବେଳେ କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଆତ୍ମା ଅଧ୍ୟକ୍ଷ ବିରାଜ ପନ୍ଦର, କମର୍ଦ୍ଧା ବନାଞ୍ଚଳ ଅଧିକାରୀ ନବୀନ କୁମାର ମାଝୀ, ଲାଞ୍ଜିଗଡ ବ୍ଲକ ଯୁବ ସ୍ବେଛାସେବୀ ବିଭୁତି ଭୂଷଣ ଦୁର୍ଗା, ଚନ୍ଦନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ଭୁଜଦେବ ନାଏକ, ଭାଗିରଥି ତାଣ୍ଡି, ଲିଙ୍ଗରାଜ ବିଶି, ନିରାକାର ସାହୁ, ଶ୍ୟାମ ସୁନା, ହୃଷିକେଶ ତାଣ୍ଡି, କ୍ରିଷ୍ଣା ସୁନା, ଫରେଷ୍ଟର କିଶୋର ଚନ୍ଦ୍ର ସାହୁ, ପଦ୍ମଲୋଚନ ସେନାପତି, ପାରା ଗାର୍ଡ ବିମଳ ସାହୁ ସହଯୋଗ କରିଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





