ସମାଜସେବୀ ଆଦିତ୍ୟ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ନିଶିଗନ୍ଧାର ସ୍ମୃତିଚାରଣ ସଭା

ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ବିଶିଷ୍ଟ ସମାଜସେବୀ ତଥା ମାନବବାଦୀ ସ୍ବର୍ଗତ ଆଦିତ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ ଭର୍ଚୁଆଲ ସଭା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍ଘାଟକ, ପ୍ରଫେସର ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟବକ୍ତା, ବିଶିଷ୍ଟ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି, ସଂଗୀତା ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସଭା ଆରମ୍ଭରେ ବ୍ରହ୍ମ ନାଦ ସହ ପ୍ରାରମ୍ଭିକ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ପଣ୍ଡିତ ନାରାୟଣ ରଥ ଓ ଗଗନ ବିହାରୀ ସ୍ବାଇଁ। ପରେ ପରେ ସ୍ବର୍ଗତ ଆଦିତ୍ୟ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ସମାଜ ସେବାରେ ସ୍ବର୍ଗତ ଆଦିତ୍ୟ ଦାସଙ୍କ ଅବଦାନ ଉପରେ ନିମନ୍ତ୍ରିତ ଅତିଥି ଓ ସଭ୍ୟସଭ୍ୟାମାନେ ସ୍ମୃତିଚାରଣ କରିଥିଲେ। ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ତରଫରୁ ସ୍ବର୍ଗତ ଦାସଙ୍କ ମୃତ୍ୟୁ ରହସ୍ୟ ଶୀଘ୍ର ଉନ୍ମୋଚନ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଶୀଘ୍ର ନିଆଯିବା ନିମନ୍ତେ ଅତିଥିମାନଙ୍କୁ ନିବେଦନ କରାଯାଇଥିଲା। ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିଶ୍ରୁତି ଦେଇଥିଲେ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ପଦକ୍ଷେପ ନେବା ପାଇଁ।ଏହି ସ୍ମୃତିଚାରଣ ସଭାକୁ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ବଳରାମ ତରାଇ ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଭର୍ଚୁଆଲ ସଭାରେ ଅନୁଷ୍ଠାନର କର୍ମକର୍ତ୍ତାଗଣ ତଥା ସମ୍ପାଦିକା ସରସ୍ଵତୀ ନାୟକ, ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ଫାରକ୍, ଜ୍ୟୋତି ରଞ୍ଜନ ଦାସ, ସନ୍ତୋଷ ପାଢ଼ୀ, ଗଣେଶ ଚନ୍ଦ୍ର ଜେନା, ଗାୟତ୍ରୀ ପଣ୍ଡା, ଅରୁଣୀ ତ୍ରିପାଠୀ, ଅର୍ଚ୍ଚନା ଦାଶ, ନିରଦ ଚନ୍ଦ୍ର ଜେନା, ରାମନାରାୟଣ ଶର୍ମା, କରୁଣାକର ଘଣ୍ଟୁଆଳ, ପ୍ରେମାନନ୍ଦ କୁସୁମ, କୋମାଲି ପତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ନିଶିଗନ୍ଧା ନାରୀ ସଶକ୍ତିକରଣର ସଭାପତି କୌଶଲ୍ୟା ବେଉରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.