ଡଙ୍ଗାଯୋର ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଲାଞ୍ଜିଗଡ: ବୃକ୍ଷ ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବୃକ୍ଷ ବିନା ଦୈନନ୍ଦିନ ଜୀବନ ଧାରଣ ସମ୍ଭବ ନୁହେଁ। ବୃକ୍ଷ ଆମକୁ ଅମ୍ଳଜାନ ଦିଏ। କାରୋନା କାଳରେ ଅମ୍ଳଜାନ ଅଭାବରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ଆମେ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ଲଗାଇବା ଉଚିତ ବୋଲି ଡଙ୍ଗାଯୋର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ୭୨ତମ ବନୋମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ଏହି ମତ ରଖିଥିଲେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝି।

ବନ୍ଧପାରୀ କ୍ଳଷ୍ଟରର ସିଆରସିସି ତ୍ରିନାଥ ଶ୍ୟାମ କୁମାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାରଣା, ସନମ ମାଝି, ସୁଜିତ ମେହେର, ସଭାପତି ତପନ ମାଝି ଓ ଅଙ୍ଗନ ୱାଡି କର୍ମୀ ସରିତା ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.