ନିୟମଗିରିର ଆଦିମ ଜନଜାତି ଝିଅମାନଙ୍କୁ ବାଳିକା ହଷ୍ଟେଲରେ ନାମ ଲେଖାଇଲା ବ୍ଳକ ପ୍ରଶାସନ

ଲାଞ୍ଜିଗଡ଼: ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବ ଆଦିମ ଜନଜାତିର ଝିଅକୁ ବ୍ଲକ ପ୍ରଶାସନ ଓ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ମିଳିତ ଉଦ୍ୟମରେ ବାଣିପଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖା ଯାଇଛି। ପୂର୍ବରୁ ଏହି ଆଦିମ ଜନଜାତିର ଝିଅ ମାନେ ସ୍କୁଲ ନଯାଇ ନିଜ ନିଜ ଘରେ ରହୁଥିଲେ। ଏହାକୁ ଦୃଷ୍ଟିରେ ରଖି ଗତ ବୁଧବାର ଦିନ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ, ଶିକ୍ଷକ ଜଳନ୍ଦର ମାଝୀ, ହରିମାଝୀ, ପଦ୍ମ ମାଝୀ, ଗୁଣଧର ଶବର ବିଜୟ କୁମାର ଭୋଇ ନିୟମଗିରି ପାହାଡ ପାଦଦେଶରେ ଥିବା ଖେମୁଣ୍ଡିପଦର ଓ ପୁଲଡୁମେର ଗାଁକୁ ଯାଇ ଆଦିମ ଜନଜାତି ଝିଅ ମାନଙ୍କ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିଥିଲେ। ବହୁ ବୁଝାସୁଝା ପରେ ଅଭିଭାବକ ମାନେ ଝିଅ ମାନଙ୍କୁ ପାଠ ପଢ଼ିବା ପାଇଁ ରାଜି ହୋଇଥିଲେ।


ଗୁରୁବାର ବାଣିପଙ୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗାଁ ମାନଙ୍କୁ ଯାଇ ଝିଅ ମାନଙ୍କ ନାମ ଲେଖାଇ ଥିଲେ।ସ୍କୁଲ ଖୋଲିଲେ ଏମାନେ ହଷ୍ଟେଲରେ ରହି ପାଢ଼ ପଢିବେ। ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ କଳାହାଣ୍ଡି ପିଡ଼ିଡିଆରଡିଏ ଆଇଏଏସ୍ ସୋମେଶ ଉପାଧ୍ୟାୟ, ଲାଞ୍ଜିଗଡ଼ ବିଡିଓ ଶ୍ରୀ ମିଶ୍ର, କେକେଡିଏ ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଧାନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତରେ ନାମ ଲେଖାଇ ଥିବା ଝିଅଙ୍କୁ ଡାକି କେକ୍ କାଟି ଉତ୍ସାହିତ କରିଥିଲେ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.