ଲାଞ୍ଜିଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଲାଞ୍ଜିଗଡ଼ ବ୍ଲକ ଅଫିସ ଘେରାଉ କରିଛି ବିଜେପି। କେନ୍ଦ୍ର ସରକାର ଲୋକଙ୍କୁ ଆବାସ ଦେଉଥିବା ବେଳେ ରାଜ୍ୟ ସରକାର ତୃଣମୂଳ ସ୍ତରରେ ଥିବା ଅଧିକାରୀ ଓ କର୍ମଚାରୀ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଛି ବିଜେପି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଲାଞ୍ଜିଗଡ଼ ବ୍ଲକ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ରାଲି ଅନୁଷ୍ଠିତ ହେବା ସହ ରାଜ୍ୟରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଆବାସ ଦୁର୍ନୀତି ନେଇ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଲାଞ୍ଜିଗଡ଼ ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

କର୍ମୀ ମାନେ ଆବାସ ଯୋଜନାରେ ଅନିୟମିତତା, ଘର ସମ୍ପୂର୍ଣ ନ ହୋଇ ମିଥ୍ୟା ବିଲ୍ କରାଯାଉଥିବା, ଘର ବଣ୍ଟନରେ ପାତର ଅନ୍ତର ମନୋଭାବ ରଖିବା ଭଲି ଅଭିଯୋଗ ଉଠାଇ ଥିଲେ। ଏହି ପ୍ରତିବାଦ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, ଜିଲ୍ଲା ସମ୍ପାଦକ ବିଷ୍ଣୁ ନାଏକ, ଲାଞ୍ଜିଗଡ଼ ମଣ୍ଡଳ ସଭାପତି ଭାଗିରଥି ଧଙ୍ଗଡାମାଝୀ, ବିଶ୍ଵନାଥପୁର ମଣ୍ଡଳ ସଭାପତି ବିରଞ୍ଚି ପ୍ରଧାନୀଙ୍କ ସହ ଅଞ୍ଚଳର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





