ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁଣ୍ୟ ତିଥିରେ ଗୋପବନ୍ଧୁ ସେବା ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କୋରାପୁଟ: ଆଜି କୋରାପୁଟ ଜିଲ୍ଲା ମହିଳା ମହାବିଦ୍ୟାଳୟ ଛକ ପରିସରରେ ସହରର ପ୍ରତିଷ୍ଠିତ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସମିତିର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ସେବା ସମିତି ପକ୍ଷରୁ ନବ ଓଡିଶାର ନିର୍ମାତା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ଉତ୍କଳମଣି ଗୋପବନ୍ଧୁଙ୍କ ଅବଦାନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେବା ସଂଗଠନର ସଦସ୍ୟ ସୌମେନ୍ଦ୍ର ସ୍ୱାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଭବାନୀ ଶଙ୍କର ମିଶ୍ର, ମଧୂସୁଦନ ପଟ୍ଟନାୟକ, ସୌମେନ୍ଦ୍ର ସ୍ବାଇଁ, ପି. ରବି ପ୍ରସାଦ, ରୁପେଶ କୁମାର ନାୟକ, ମନୋଜ କୁମାର ନାୟକ, ସୁରଜିତ ଦାସ ଗୁପ୍ତା, ଚିତରଂଜନ ରଥ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.