ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ ବିଜେପିର ବିକ୍ଷୋଭ

କଳାହାଣ୍ଡି, (ହେମନ୍ତ ସାହୁ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଦୁର୍ନିତୀ ଅଭିଯୋଗରେ ବିଜେପି ତରଫରୁ ମ.ରାମପୁରଠାରେ ବିକ୍ଷୋଭ କରାଯାଇଛି। ବିଭିନ୍ନ ସ୍ଥାନରେ ଉପଯୁକ୍ତ ବ୍ୟକ୍ତି ଘର ଖଣ୍ଡେ ପାଇନଥିବାବେଳେ ଅନେକ ବଡ଼ବଡ଼ିଆ ଏହି ଯୋଜନାର ଫାଇଦା ଉଠାଇବା ସହିତ ଲାଭବାନ ହେଇଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି। ଏଥିରେ ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଲୋଚନ ମିଶ୍ର, ଦିବାକର ବାଗ, ମଣ୍ଡଳ ସଭାପତି ପ୍ରତାପ ରଣା, ଶ୍ରୀକାନ୍ତ ହୋତା, ଖୁସିରାମ ସାହୁ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ବିଜେପି କାର୍ଯ୍ୟାଳୟରୁ ବାହାରି ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ସ୍ଲୋଗାନ ସହିତ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ। ମ.ରାମପୁର ବ୍ଲକର ଅନେକ ବରିଷ୍ଠ ବିଜେପି କର୍ମୀ ଏହି ବିକ୍ଷୋଭ ତଥା ଶୋଭାଯାତ୍ରାରେ ସାମିଲ ହେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.