ବିଷ ପିଇ ଯୁବତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

● ଶେଷଖାଲ ପୋଲିସର ତଦନ୍ତ ଆରମ୍ଭ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ନୂଆଗାଁ ଜେମାଦେଈପେଣ୍ଠରେ ରହୁଥିବା ଜଣେ ଯୁବତୀ ଶୁକ୍ରବାର ମଧ୍ୟାହ୍ନରେ ବିଷ ପିଇ ଦେଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲେ ସୁଦ୍ଧା ସେ ମୃତ୍ୟୁମୁୁଖରୁ ବଂଚି ନ ପାରି ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବତୀର ନାମ ସୁଜାତା ଗାଂଟା ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସଂପର୍କରେ ଖବର ପାଇ ଶେଷଖାଲ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ଯୁବତୀର ଶବକୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ଏ ନେଇ ମୃତ ଯୁବତୀର ବାପା ଦୁର୍ଯ୍ୟୋନ ଗାଂଟାଙ୍କୁ ଘଟଣା ସଂପର୍କରେ ପଚାରି ବୁଝିବାରୁ ସେ କହିଥିଲେ ଗତ ଜୁନ୍ ୩୦ତାରିଖ ଦିନ କାଶିପୁର ବ୍ଳକ ଦୋରାଗୁଡା ଥାନା ଅଧିନସ୍ତ ପୋଡାପାରୀ ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କ ଝିଅର ବାହାଘର ନିମନ୍ତେ ପୁଅ ଓ ତାଙ୍କ ସଂର୍ପକୀୟମାନେ ତାଙ୍କ ଘରକୁ ଆସି ବାହାଘର ପ୍ରସ୍ତାବ ଦେଇଥିଲେ । ବାହାଘର ବିଷୟକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ କଥାବାର୍ତା ଚାଲିଥିବା ବେଳେ ତାଙ୍କ ଝିଅ ସୁଜାତା ଓ ପରିବାର ଲୋକେ ମଧ୍ୟ ଖୁସିରେ ରହିଥିବା ବେଳେ କେଉଁ କାରଣରୁ ଝିଅ କୀଟନାଶକ ଔଷଧ ପିଇ ଦେଇଥିଲେ ତାହାର କାରଣ ପରିବାର ଲୋକେ ମଧ୍ୟ ଜାଣି ପାରିନାହାନ୍ତି ବୋଲି କହିଛନ୍ତି । ଘଟଣା ସଂପର୍କରେ ଖବର ପାଇ ଆର୍ନ୍ତଜାତୀୟ ମାନବାଧିକାର ପରିଷଦର ଦକ୍ଷିଣ ଓଡିଶା ବୋର୍ଡ ଅଧ୍ୟକ୍ଷା ତଥା ରାୟଗଡ ଜିଲ୍ଳା ସଭାପତି ଶ୍ରୀମତି ସନ୍ତୋଷୀ ସେନାପତି, ଏକଜ୍ୟୁଟିଭ୍ ପ୍ରେସିଡେଂଟ ନିଶାର୍ ସେଖ୍ ଜିଲ୍ଳା ମହିଳା ସେଲ୍ ସଭାନେତ୍ରୀ ସଶ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ପ୍ରକାରେ ତଦନ୍ତ ଆରମ୍ଭ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.