ନୂଆପଡାର ନୂତନ SP ଭାବେ ଦାଇତ୍ୱ ଗ୍ରହଣ କରିବେ ଆଇପିଏସ୍ ପ୍ରତ୍ୟୁଷ ଦିବାକର

ନୂଆପଡା: ରାଜ୍ୟରେ ଆଇ.ପି.ଏସ୍. ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟ ସରକାରଙ୍କ ଏହି ବଦଳିରେ ନୂଆପଡା ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ୍.ପି.) ଭାବେ ଆଇ.ପି.ଏସ୍. ପ୍ରତ୍ୟୁଷ ଦିବାକର ଦାଇତ୍ୱ ଗ୍ରହଣ କରିବେ। ପୂର୍ବରୁ ଶ୍ରୀ ଦିବାକର ପୋଲିସ ମୁଖ୍ୟାଳୟ ଏ.ଆଇ.ଜି.ପି. ରେ କାର୍ଯ୍ୟରତ ଥିଲେ। ପୂର୍ବ ଏସ୍.ପି. ଆଇ.ପି.ଏସ୍. ରାହୁଲ ଜୈନ ବରଗଡ଼କୁ ବଦଳି ହୋଇଛନ୍ତି। ଅନ୍ୟପକ୍ଷରେ ନୂଆପଡା ଏକ ଅନୁନ୍ନତ ଓ ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ନୂତନ ଏସ୍.ପି. ଶ୍ରୀ ଦିବାକରଙ୍କ କାର୍ଯ୍ୟଧାରା ଜିଲ୍ଲା ପାଇଁ କେତେ ଲାଭ ଦାୟକ ହେବ ଏ ନେଇ ଜିଲ୍ଲାବାସୀ ବେଶ ଉତ୍କଣ୍ଠା ଓ ଆଶା ବାନ୍ଧି ବସିଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.