ଓଡିଶା ଟାୱାରରେ ପଡିଶା ଆନ୍ଧ୍ର ମୋବାଇଲରେ ନେଟୱାର୍କ

● ଏପଟେ ଅନଲାଇନ ଶିକ୍ଷା, ସ୍ୱାସ୍ଥ୍ୟ ଓ ୧୧୨ ସେବାରୁ ବଂଚିତ ରାୟଗଡ ସୀମାନ୍ତ ୨ ପଂଚାୟତ

ରାୟଗଡ, (ଶିବ ନାରାୟଣ ଗୈାଡ): ଡିଜିଟାଲ ଯୁଗରେ ମୋବାଇଲ ଫୋନ୍ ଦ୍ୱାରା ସବୁ ସମ୍ଭବ ହୋଇପାରୁଛି । ମୋବାଇଲ ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା, ସରକାରଙ୍କ ବିଭିନ୍ନ ସଚେତନତା ମୂଳକ ପରାମର୍ଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ମୋବାଇଲ ଫୋନର ଚାହିଦା ଏବେ ସର୍ବାଗ୍ରେ ରହିଛି । ତେବେ ଏହି ମୋବାଇଲ ଫୋନରେ ନେଟୱାର୍କ ନ ଥାଏ ତାହାହେଲେ ସବୁ ବେକାର । ତେଣୁ ଟେଲିକମ୍ ବିଭାଗର ବିଏସଏନଏଲ ପରେ ଏୟାରଟେଲ୍‌, ରିଲାଏନ୍ସ ଜିଓ, ଭୋଡାଫୋନ୍‌, ଆଇଡିଆ ଭଳି ଅନେକ ଘରୋଇ ସଂସ୍ଥାଗୁଡିକ ଦେଶର ବିଭିନ୍ନ କୋଣ ଅଣକୋଣରେ ନିଜ କମ୍ପାନୀର ଟାୱାର ନିର୍ମାଣ କରି ନିଜ ଉପଭୋକ୍ତମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ତେବେ ପରିତାପର ବିଷୟ ରାୟଗଡ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ ଏବେ ବି ଅନେକ ପଂଚାୟତ, ବ୍ଳକଗୁଡିକର ଅନେକାଂଶ ଗ୍ରାମରେ କୈାଣସି ଟାୱାର ନ ଥିବାରୁ ଉକ୍ତ ଅଂଚଳବାସୀ ଟେଲିକମ୍ ସେବାରୁ ବଂଚିତ ହେବା ସହ ଅନେକାଂଶ କ୍ଷେତ୍ରରେ ପଛରେ ରହିଯାଇଛନ୍ତି । ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳା ସଦର ବ୍ଳକ ଗାଜିଗାଁ ଓ ବଡଇରକୁବାଡି ଦୁଇଟି ପଂଚାୟତରେ ପାଖାପାଖି ୮ହଜାରୁ ଉର୍ଦ୍ଧ ଲୋକଙ୍କ ଜନବସତି ରହିଛି । ତେବେ ଟେଲିକମ୍ ସେବା ସଠିକ୍ ନ ଥିବାରୁ ଏହି ଦୁଇ ପଂଚାୟତବାସୀ ବିଚ୍ଛିନ୍ନାଚଂଳବାସୀଙ୍କ ପରି ରହିଛନ୍ତି । ଯେ କୈାଣସି ଜରୁରୀକାଳୀନ ପରିସ୍ଥିତିରେ କୈାଣସି ସେବା ପାଇବାକୁ ହେଲେ ଏମାନଙ୍କୁ ନିଜ ମୋବାଇଲ ଧରି କେଉଁ ପାହଡିଆ ଅଂଚଳରେ ନେଟୱାର୍କ ଆସୁଥିବା ସ୍ଥାନକୁ ଯାଇ ଯୋଗାଯୋଗ କରିବାକୁ ପଡିଥାଏ ତାହା ପୁଣି ସକାଳ ହେଉ ଅଥବା ରାତ୍ର ସମୟ ।

Omkar Vasthu
Omkar Vasthu


ଗାଜିଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଚମ୍ପିକୋଟା ଗ୍ରାମରେ ରହିଛି ରିଲାଏନ୍ସ ଜିଓ କମ୍ପାନୀର ଏକ ଟେଲିକମ୍ ଟାୱାର । ତେବେ ଏହି ଟାୱାରର ନେଟୱାର୍କରେ ଉକ୍ତ ଦୁଇଟି ପଂଚାୟତବାସୀ ଉପକୃତ ହେବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବିଡମ୍ବନାର ବିଷୟ ଓଡିଶା ମାଟିରେ ଅବସ୍ଥାପିତ ହୋଇ ବିଜୁଳି ପାଇ କାର୍ଯ୍ୟକ୍ଷମ ହେଉଥିବା ଏହି ଟାୱାରର ନେଟୱାର୍କ ପଡିଶା ଆନ୍ଧ୍ର ପ୍ରଦେଶର ଲାଂଜି, ପୁଡେଶୁ, ଏଣ୍ଡାଭଦ୍ରା, ଚେକା, ବାଲାପାଡୁ ଓ ଖନା ଆଦି ଅଂଚଳ ରେଂଜରେ ରହୁଛି । ଫଳରେ ଏଥିରୁ ପଡୋଶୀ ଲୋକେ ଉପକୃତ ହେଉଥିବା ବେଳେ ଗାଜିଗାଁ ପଂଚାୟତର ସଦର ଗାଜିଗାଁ, ଚମ୍ପିକୋଟା, ଗାଣ୍ଡାୱାଲସା, ଜାଙ୍ଗେସୁ, ଆଚବା, ବିଲେଶୁ, ଡେକାଗୁଡା ଓ ଆନନ୍ଦପୁର ସହ ବଡଇରକୁବାଡିର ଅଣକା, ପାଣସାହି, ବଡ ଓ ସାନ ଇରକୁବାଡି, ଟୋକାପାଡୁ, କୋଟିକାକିଲି, ହାସକୁ, ନୂଆ ଅଣକା, ନାକଟି, କୋପାଡାଙ୍ଗ, କାଂଚାମୁହିଁ, ବାଇଗଣପାଇ, ମୁୁଦୁଗୁରୁ ଓ ମୋହାଗଣ୍ଡା ଆଦି ଗ୍ରାମରେ ନେଟୱାର୍କ ଆସୁ ନ ଥିବା ଦେଖିବାକୁ ମିଳିଛି । ଫଳରେ ଉକ୍ତ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ସହ ଚାଷୀଙ୍କୁ ଚାଷ ଭିତିକ ସଚେତନତା ମୂଳକ ପରାମର୍ଶ ଓ ଗ୍ରାମବାସୀଙ୍କୁ ମହାମାରୀ କୋଭିଡ୍ ସମ୍ବନ୍ଧରେ ସୋସିଆଲ ମିଡିଆରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ପରାମର୍ଶ ସହ ଅନେକ ଶିକ୍ଷଣୀୟ ବ୍ୟବସ୍ଥା ସମ୍ବନ୍ଧ ବିଷୟରେ ଖବର ନ ପାଇ ଅନ୍ଧାରରେ ରହୁଛନ୍ତି ଅଂଚଳବାସୀ । ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ୟୁ-ଟ୍ୟିୁବ୍ ଭଳି ଅନଲାଇନ ଶିକ୍ଷାଦାନରୁ ଛାତ୍ରଛାତ୍ରୀମାନେ ବଂଚିତ ହେଉଥିବା ବେଳେ ଘର ଠାରୁ ଦୂରରେ ନେଟୱାର୍କ ଆସୁଥିବା ଅସୁରକ୍ଷିତ ସ୍ଥାନଗୁଡିକୁ ଯାଇ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ସେହିପରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜରୁରୀକାଳନୀ ସେବା ଯୋଗାଉଥିବା ୧୧୨ ନମ୍ବରକୁ ମଧ୍ୟ ଯୋଗାଯୋଗ ପାଇଁ ନେଟୱାର୍କ ମିଳୁ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । ଗତ ୩ବର୍ଷ ତଳେ ଚମ୍ପିକୋଟା ଠାରେ ନିର୍ମାଣ ହୋଇଥିବା ଜିଓ ଟାୱାରକୁ ନେଇ ଅଂଚଳବାସୀ ହଜାର ହଜାର ଟଙ୍କାର ଏଣ୍ଡରୋଡ୍ ମୋବାଇଲ ଫୋନଗୁଡିକ କଣିଥିବା ବେଳେ ନେଟୱାର୍କ ନ ଥିବାରୁ ମୋବାଇଲ କିଛି କାମରେ ଆସୁ ନ ଥିବା ଏବଂ ରାଜନୈତିକ ଓ ପ୍ରଶାସନିକ ସ୍ତରରୁ ଏ ନେଇ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଆମେ ବିଚ୍ଛିନ୍ନାଂଚଳ ବାସୀ ଭାବେ ପଡି ରହିଛୁ ବୋଲି ଅଂଳଚର କାମେଶ୍ୱର ତାଡିଙ୍ଗି, ନୀଳ ପିଡିକା, ଅଭିମନ୍ୟୁ କଲପା, ନାଗା କଲପା, ସଂଜୟ ମେଲକା, ଶ୍ରୀମାଝି ପିଡିକା, ଆନାମାଝି ପିଡିକା, କୈଳାସ ପିଡିକା, ଶାରଳାରାଓ କଣ୍ଡାଗରୀ ପ୍ରମୁଖ ପ୍ରକାଶ କରିବା ସହ ଅନ୍ୟ ଯେ କୈାଣସି କମ୍ପାନୀର ନେଟୱାର୍କ ରହୁଥିବା ଟାୱାର ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.