ଭିନ୍ନକ୍ଷମ ମହାସଂଘ ପକ୍ଷରୁ ବନ ମହୋତ୍ସବ ପାଳିତ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡା ଭିନ୍ନକ୍ଷମ ମହାସଂଘ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି। ମହାସଂଘର ସଭାପତି ରାକେଶ ଚନ୍ଦ୍ର ହିମିରିକା ଓ ସମ୍ପାଦକ ଅମରେନ୍ଦ୍ର ନାଥଙ୍କ ପ୍ରଚେଷ୍ଟାରେ ବିଷମକଟକ ବ୍ଲକ ଅଧିନସ୍ଥ ଭାତପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।


କାର୍ଯ୍ୟକ୍ରମରେ ଶିଶିର ରାଉଳ, ହେମାନନ୍ଦ ପରିଡ଼ା, ଶ୍ରୀନିବାସ ନାଇଡୁ, ଭଗବାନ ଦଳେଇ ଓ କାହ୍ନଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ସହ ବୃକ୍ଷର ମହାନତା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ଭିନ୍ନକ୍ଷମ ମହାସଂଘର କାର୍ଯ୍ୟକର୍ତ୍ତା।


ଠିକ୍ ସେହିଭଳି କୋଲନରା ବ୍ଲକର ଚାନ୍ଦିଲି ଗ୍ରାମପଞ୍ଚାୟତ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଅଭିରାମ କର୍କରୀୟା, ଗାଁ ମୁଖିଆ ପୁସନା ପୁଲାକାଙ୍କ ନେତୃତ୍ୱରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.