କଳାହାଣ୍ଡି ଛାତ୍ର ବିଜେଡିର ବ୍ଲକ ଓ ଏନ୍ଏସି ଡିଜିଟାଲ ସେକ୍ରେଟାରୀଙ୍କ ନାମ ଘୋଷଣା

କଳାହାଣ୍ଡି: ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦଶକ୍ରମେ ବିଜେଡିର ବିଭିନ୍ନ ସଂଗଠନକୁ ଅଧିକ ସୁଦୃଢ କରାଯାଉଛି। ସେହି କ୍ରମରେ ଛାତ୍ର ସଂଗଠନକୁ ସୁଦୃଢ କରିବା ସକାଶେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁସାରେ ଆଜି କଳାହାଣ୍ଡି ଜିଲ୍ଲା ବ୍ଳକ ଓ ଏନ୍ଏସି ମାନଙ୍କର ଡିଜିଟାଲ ସେକ୍ରେଟାରୀ ନାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ଛାତ୍ର ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ଡିଜିଟାଲ ସେକ୍ରେଟାରୀ ଭାବେ ରଞ୍ଜନ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ୧୨ଟି ବ୍ଳକ ଓ ଦୁଇଟି ଏନ୍ଏସି ଡିଜିଟାଲ ସେକ୍ରେଟାରୀଙ୍କ ନାମ ଘୋଷଣା କରାଯାଇଛି।

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଶୁଭେଛା ଜଣାଇବା ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୂତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେହିଭଳି ନବନିଯୁକ୍ତି ଡିଜିଟାଲ ସେକ୍ରେଟାରୀ ମାନଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ନର୍ଲା ବିଧାୟକ ଭୁପେନ୍ଦ୍ର ସିଂହ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.