ବିଷଧର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୁଦୁଡୁଗୁମା ଗ୍ରାମରେ ଏକ ବିଷଧର ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନକଟିକାନି ଗ୍ରାମପଞ୍ଚାୟତ ଗୁଦୁଡୁଗୁମା ଗ୍ରାମର ନକୁଳ ମାଝୀଙ୍କ ସ୍ତ୍ରୀ ଚମ୍ପେ ମାଝୀ ରାତ୍ର ୮ ଘଣ୍ଟା ସମୟରେ ନିଜ ବାରଣ୍ଡାରେ ଥିବା ସମୟରେ ଏକ ବିଷଧର ନାଗ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଆଜି ଗୋଲାମୁଣ୍ଡା ପୋଲିସ ଡାକ୍ତରଖାନାକୁ ଯାଇ ଶବ ଜବତ କରିବା ସହିତ ଶବବ୍ୟବଚ୍ଛେଦ ପରେ ଶବ ପରିବାକୁ ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ନକଟିକାନି ସରପଞ୍ଚ ଜତିନ୍ଦ୍ର ସେନାପତି ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ସରକାରୀ ସ୍ଥରରେ ଯାହା ସମ୍ଭବ ତାହା ଆଗକୁ ଯୋଗଇ ଦେବ ବୋଲି ପ୍ରତିଶୃତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.