ଜୁନାଗଡ଼: ଆଜି ପବିତ୍ର ରଥଯାତ୍ରା। ଏବର୍ଷ କରୋନା କଟକଣା ଯୋଗୁଁ କେବଳ ପୁରୀରେ ବିନା ଭକ୍ତରେ ରଥଟଣା ହେଉଛି। ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥାଟଣା ବନ୍ଦ ରହିବ। କେବଳ ମନ୍ଦିର ମଧ୍ୟରେ ନିତି କାନ୍ତି ସଂପନ୍ନ ହେବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହି କ୍ରମରେ ଜୁନାଗଡ଼ ସହରର ବ୍ରାହ୍ମଣ ପଡା ଦଧିବାମନ ମନ୍ଦିର, କଳମପୁର ଛକର ନୀଳାଦ୍ରି ଶ୍ରୀକ୍ଷେତ୍ର, ଡ଼ଙ୍ଗା ଘାଟ ପଡା ଜଗନ୍ନାଥ ମନ୍ଦିର, ସଂସ୍କୃତିକ ଅନୁଷ୍ଠାନ ପାଖ ଜଗନ୍ନାଥ ମନ୍ଦିରରେ କଟକଣା ବଳବତ୍ତର ରହିଥିବାରୁ ଶ୍ରଦ୍ଧାଳୁ ମାନେ ମନ୍ଦିର ବାହାରୁ ହିଁ ଦର୍ଶନ କରୁ ଛନ୍ତି। ଏହାସହ ମନ୍ଦିର ଓ ମନ୍ଦିର ପରିସରରେ ୧୪୪ ଧାରା ଜାରୀ କରାଯାଇଛି କେବଳ ପୂଜକ ଓ ସେବକଙ୍କ ଦ୍ୱରା ନିତିକାନ୍ତି ଓ ପୂଜାଅର୍ଚ୍ଚନା କରାଯାଉଛି।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in