ଏଥର ମଧ୍ୟ ଦେବଗିରିରେ ଶୁଭିଲାନି ଡାହୁକର ଡାକ, ନିତି ପାଳନ ମଧ୍ୟରେ ସୀମିତ ରହିଲା ରଥଯାତ୍ରା

କଳାହାଣ୍ଡି, (ନିରଞ୍ଜନ ଗଉଡ): ଦେବଗିରି ମଠ ବୁଢିପଦରରେ ଦଧିବାମନଜୀଉଙ୍କ ରଥଯାତ୍ରା ନିତିକାନ୍ତି କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ଗତ ବର୍ଷପରି ଏବର୍ଷ ମଧ୍ୟ ରଥାରୁଢ଼ ହୋଇ ପାରିଲେନି ମହାପ୍ରଭୁ। ମନ୍ଦିର ମଧ୍ୟରେ ନିତି ସଂପନ୍ନ ପରେ ପହୁଣ୍ଡି କରାଯାଇ ଦଧିବାମନଜୀଉଙ୍କୁ ଅସ୍ଥାୟୀ ମାଉଷୀ ଘରକୁ ନିଆ ଯାଇଥିଲା। ବିଧି ମୁତାବକ ବାଟରେ ଗଉଡୁଣୀମାନେ ବନ୍ଦାପନା କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଥିବା ଦେବଗିରି ମଠରେ ମହାପ୍ରଭୂ ଦଧିବାମନଙ୍କ ରଥଯାତ୍ରା ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ। ଏହି ରଥଯାତ୍ରାରେ ଯାଦବ, କନ୍ଧ ଓ ଡମ୍ବ ସଂସ୍କୃତିର ଝଳକ ଦେଖିବାକୁ ମିଳେ। ଏହି ରଥ ଡାହୁକର ଡାକ ଓ ଡମ୍ ବଜା ବିନା ଚାଲିନଥାଏ। ତେବେ ଏବର୍ଷ କୋଭିଡ କଟକଣା ଯୋଗୁଁ ରଥଟଣା ହୋଇନଥିବାରୁ ଡାହୁକର ଡାକମଧ୍ୟ ଶୁଭିନଥିଲା। ମହାପ୍ରଭୁଙ୍କ ନିତିକାନ୍ତିରେ ମଠର ମୁଖ୍ୟ ସେବାୟତ ଦୁର୍ବାଦଳ ଦାସ, ଗୈାନ୍ତିଆ କୁବେର ମାଝୀ, ପୂଜକ ସନ୍ତୋଷ ପାଢ଼ୀ, ରଞ୍ଜନ ପାଢ଼ୀଙ୍କ ସମେତ ମଠ ପରିଚାଳନା କମିଟିର ମଣି ଧଙ୍ଗଡାମାଝୀ, ବିଜୟ ଧଙ୍ଗଡାମାଝୀ, ଶତ୍ରୁଘ୍ନ ଧଙ୍ଗଡାମାଝୀ, ଧନେ ମାଝୀ, ଧନେ ହେର୍ଣ୍ଣା, ରଜନୀ ଗଉଡ ଓ ଅନ୍ୟମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.