ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର: ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସବ ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ କାନୁନଗୋ। ସମ୍ମାନିତ ଅତିଥି ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଓ ଶିକ୍ଷୟିତ୍ରୀ ସଂଗୀତା ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଓ ସମାଜସେବୀ ଡ଼ଃ. ପ୍ରଶନ୍ନ ପାଟ୍ଟଶାଣୀ, ନିଶିଗନ୍ଧା ସାହିତ୍ୟ ସଂସଦ ସଭାପତି ତଥା ଚଳଚିତ୍ର ଲେଖକ ଡଃ ରଜନୀ ରଞ୍ଜନ ଦାଶ, ନିଶିଗନ୍ଧା ପଥପ୍ରଦର୍ଶକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀ(ପ୍ରଧାନ ଶିକ୍ଷକ, ସୁବକ୍ତା ତଥା ସାହିତ୍ୟାନୁରାଗୀ) ପ୍ରମୁଖ ଉପସ୍ଥିତ ଥିଲେ।ନାରୀ ସଶକ୍ତିକରଣ ସଂଗଠନର ସଭାପତି କୌଶଲ୍ୟା ବେଉରିଆ ଅତିଥି ମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଚକ୍ରଧର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମହୋଦୟ ନିଶିଗନ୍ଧାର ଉତରୋତ୍ତର ଉନ୍ନତି କାମନା କରିବା ସହିତ ଆଜିର ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏକ ମହତ କାର୍ଯ୍ୟ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

Omkar Vasthu
Omkar Vasthu


ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ। ନିଶିଗନ୍ଧା ପ୍ରତିଷ୍ଠାନ ପରିବାରର ମୁଖ୍ୟ ସମ୍ପାଦିକା ନିଶିଗନ୍ଧା ଖବର କାଗଜର ସମ୍ପାଦିକା ସରସ୍ୱତୀ ନାୟକ, ରାଜ୍ୟ ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକ, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ଉପସଭାପତି ଗୋବିନ୍ଦ ଚନ୍ଦ୍ର ଫାରକ, ନିଶିଗନ୍ଧା ଖବର ସହ ସମ୍ପାଦକ ସନ୍ତୋଷ କୁମାର ପାଢୀ, ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଉପସଭାପତି-ଚକ୍ରଧର ତ୍ରିପାଠୀ, ରାଜ୍ୟ ପୃଷ୍ଠପୋଷକ ଇଂ ଅର୍ଚ୍ଚନା ଦାଶ, କବି ଦୁଷ୍ମନ୍ତ ସାହୁ ଇତ୍ୟାଦି ବ୍ୟକ୍ତିବିଶେଷ ଉପସ୍ଥିତ ରହି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଗୋଟିଏ ଗଛ କୋଟିଏ ଜୀବନ କୁ ଆଧାର କରି ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.