କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ପାଳିତ ହୋଇଯାଇଅଛି। ପୀଠଦେବି ବିମଳାଙ୍କ ଠାରୁ ଆଜ୍ଞାମାଳ ଆଣିବା ପରେ ଶ୍ରୀଜିଉଙ୍କ ମଙ୍ଗଳା ଅର୍ପଣ କରାଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡି ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା। ଆଦିବାସୀ ସେବକ ଦାସୀ ନାୟକ ଛେରା ପହଁରା କରିଥିଲେ। କୋରାପୁଟ ଟାଉନ ପୋଲିସ ତରଫରୁ ମନ୍ଦିର ଭିତରେ ଓ ବାହାରେ ପୋଲିସ ମୁତୟନ କରାଯାଇଥିଲା। କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଗଦାଧର ପରିଡା ଓ ସେବାୟତଙ୍କ ଦ୍ୱାରା ରୀତିନୀତି କାର୍ଯ୍ୟ ସମ୍ପାଦନା କରାଯାଇଥିଲା।