BIG BREAKING: ଟ୍ରକ ଦୁର୍ଘଟଣା: ଜଣେ ମୃତ, ଦୁଇ ଆହତ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପ ପାଖ ଜାତୀୟ ରାଜପଥ-୨୬ ଉପରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ଏକ ମାଲ୍ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏହି କାଣ୍ଡ ଭିଆଇଥିବା ଜଣାପଡିଛି। ଏହି ଦୁର୍ଘଟଣାର ମୃତକ ହେଲେ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମର ଯୋଗାଧ୍ୟାନ ବେମାଲ (୩୯) ଏବଂ ଆହତ ଦୁଇଜଣ କୋକସରାର ରାମବତୀ ଦୀପ ଓ ବଙ୍ଗୋମୁଣ୍ଡାର ଅନନ୍ତ ଗହୀର ବୋଲି ଜଣାପଡିଛି। ଆହତଙ୍କୁ ଗୁରୁତର ଅବସ୍ଥାରେ କୋକସରା ମେଡ଼ିକାଲରେ ଭର୍ତି କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ କ୍ଷତିଗ୍ରସ୍ତ ପରିବାର ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବି କରୁଛନ୍ତି। କୋକସରା ପୋଲିସ ଓ ଅଗ୍ନି ସମ ବିଭାଗ ଶବ ଉଦ୍ଧାରରେ ଲାଗି ପଡିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.