ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୨୧ଦଫା ଦାବି ପତ୍ର ପ୍ରଦାନ

କୋକସରା,(ହିରଣ୍ୟ ବେହେରା): ରାଷ୍ଟ୍ରୀୟ ଆଦିବାସୀ ଏକଦା ପରିଷଦ କୋକସରା ବ୍ଲକ ଶାଖା ପକ୍ଷରୁ ବିିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ବ୍ଲକ ସଭାପତି ଉପେନ୍ଦ୍ର ଶବରଙ୍କ ନେତୃତ୍ୱ ଏବଂ ଭାରତ ମୁକ୍ତିମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଜାଲଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୨୧ଦଫା ସମ୍ବଳିତ ଏକ ଦାବିପତ୍ର ତହସିଲଦାର କୋକସରାଙ୍କୁ ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu


ଦାବି ପ୍ରକାରେ, ଆଦିବାସୀମାନଙ୍କର ପରିଚୟ ସମାପ୍ତ କରିବାକୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ସେଠାରୁ ନିବୃତ୍ତ ରହିବା, ବିକାଶ ନାମରେ ଆଦିବାସୀମାନଙ୍କର ବିସ୍ଥାପନ, ଲୋଭ ଦେଖାଇ ଆଦିବାସୀମାନଙ୍କର ସମ୍ପତ୍ତିକୁ ସମାପ୍ତ କରିବାର ଷଡ଼ଯନ୍ତ୍ର, ଆଦିବାସୀଙ୍କ ବିରୋଧରେ ନକଲି ଓ ମିଥ୍ୟା ମାମଲା, ଭୂ-ମାଫିଆଙ୍କ ମାଧ୍ୟମରେ ଆଦିବାସୀମାନଙ୍କ ପ୍ରତି ହେଉଥିବା ଷଡ଼ଯନ୍ତ୍ର, ଲକ୍‍ଡ଼ାଉନ୍‍ ସମୟରେ ଲୋକଙ୍କର ମୌଳିକ ଅଧିକାର ଉଲ୍ଲଂଘନ, ଆଦିବାସୀଙ୍କୁ ନକ୍ସଲାଇନଟ୍‍ ଭାବରେ ଘୋଷଣା କରିବାର ଷଡ଼ଯନ୍ତ୍ର ଠାରୁ ନିବୃତ୍ତି ରହିବାକୁ କୁହାଯିବା ସହିତ ଆଦବାସୀମାନେ ବନବାସୀ ନୁହନ୍ତି ଭଳି ବିିିଭିନ୍ନ ଦାବି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ଜୟରାମ ମହାନନ୍ଦ, ନିରଞ୍ଜନ ମାଝୀ, କେଶବ ନିଏଲ, ବ୍ରଜ ନିଏଲ, ଘାସିରାମ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାସହ ଗତ କିଛି ଦିନ ତଳେ ସାହାଜ ଖୋଲ ଜଙ୍ଗଲରେ ଆଦିବାସୀଙ୍କ ପ୍ରତି ହୋଇଥିବା ଆକ୍ରମଣ ଉପରେ ଆଲୋଚନା କରି ଆଗାମୀ ଦିନରେ ଆଦିବାସୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ନିନ୍ଦା କରାଯାଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.