ବଦଳିବ ବିଦ୍ୟାଳୟର ଢାଞ୍ଚା: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟାଙ୍କ ରାମନାଗୁଡା ବିଦ୍ୟାଳୟ ପରିଦର୍ଶନ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ରାମନାଗୁଡା ଉଚ୍ଚ ବିଦ୍ୟାଳୟରେ ନିର୍ମାଣଧିନ ଆଧୁନିକକରଣ କାର୍ଯ୍ୟ ପରିଦର୍ଶନ କରିବା ପାଇଁ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ ଓ ବିଜେଡି ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ ଆସି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି। ରାଜ୍ୟସରକାରଙ୍କ ୫ଟି ଯୋଜନାରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବିଦ୍ୟାଳୟର ଆଧୁନିକକରଣ କାର୍ଯ୍ୟ ଚାଲୁ ରହିଥିବାବେଳେ ଏହି ପ୍ରରିପ୍ରେକ୍ଷୀରେ ରାମନାଗୁଡା ବ୍ଲକ ପାର୍ଶ୍ବରେ ରହିଥିବା ରାମନାଗୁଡା ଅଞ୍ଚଳର ୧୯୮୦ ମସିହାରେ ସ୍ଥାପିତ ଏହି ପୁରାତନ ବିଦ୍ୟାଳୟର ଆଧୁନିକକରଣ କାର୍ଯ୍ୟ ବ୍ଲକ ତରଫରୁ ହାତକୁ ନିଆଯାଇଥିବା ବେଳେ ଅଞ୍ଚଳବାସୀଙ୍କ ମନରେ ନୂତନ ଆଶାର ସଞ୍ଚାର ହେଵା ସଙ୍ଗେ ସଙ୍ଗେ ଆନନ୍ଦ ଖେଳିଯାଇଛି।


ପ୍ରକାଶଥାଉକି ଏହି ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୩ଗୋଟି କ୍ଲାସରୁମ ଓ ବିଶୋଧିତ ପାନୀୟ ଜଳର ବ୍ୟବସ୍ତା ଏବଂ ଉନ୍ନତମାନର ଶୈଚାଳୟ, ବିଜ୍ଞାନଗାର, ଲାଇବ୍ରେରୀ, ଖେଳପଡିଆସହ ପାରିପାର୍ଶ୍ବିକ ଉନ୍ନତି କରଣର ବ୍ୟବସ୍ଥା ମଧ୍ୟ କରାଯିବ। ଏହି କାର୍ଯ୍ୟ ସକାଶେ ପ୍ରାରମ୍ଭିକ ଅଟକଳ ମୂଲ୍ୟ ୮୦ଲକ୍ଷ ଟଙ୍କା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ମୋ ସ୍କୁଲ ଯୋଜନାରୁ ୪୫ଲକ୍ଷଟଙ୍କା ଏବଂ ଏସ ଏଫ ସି ଅନୁଦାନ ୬ଲକ୍ଷଟଙ୍କା ପ୍ରାପ୍ତ ହୋଇଥିବା ଜଣାପଡିଛି। ତେବେ ଅଧିକ ଅନୁଦାନ ଅର୍ଥ ଆବଶ୍ୟକତା ରହିଥିବାରୁ ଏଥିପାଇଁ ସାଂସଦ ଠାରୁ ବିଧାୟକ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ସାମୁହିକ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି।


ଆଜିର ଏହି ପରିଦର୍ଶନ ବେଳ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ବିଦ୍ୟାଳୟ ପ୍ରଗତି ଦେଖି ଆନନ୍ଦିତ ହେବା ସହ ନିଜେ ନିଜ ଯେତେ ବଡ଼ ପଦବୀ ଥାଉ ନା କାହିଁକି ନିଜେ ନିଜ ବିଦ୍ୟାଳୟ ପାଇଁ ସାମୁହିକ ପ୍ରଚେଷ୍ଟା ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଯଥାଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଜାରିରହିଥିବାରୁ ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ସହକାରୀ ଯନ୍ତ୍ରୀ ପି କେ ମିଶ୍ର,କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ହିମାଂଶୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.