ଇଚ୍ଛାପୁର ଆଞ୍ଚଳିକ ଯାଦବ ଭବନଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ନିର୍ଦ୍ଦେଶ କ୍ରମେ ଓ ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସହଯୋଗରେ ଇଚ୍ଛାପୁର ଆଞ୍ଚଳିକ ଯାଦବ ଭବନଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।


ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତଙ୍କ ଅଧ୍ୟକ୍ଷତାରେରେ ଇଚ୍ଛାପୁର ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବ୍ଲକ ସଭାପତି ଶଙ୍କର ଜୁଏଡ଼, ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଉପସଭାପତି ଡାକେଶ୍ୱର ଲହଜଳ, ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ କୁମାର ବାଗ, ଇଚ୍ଛାପୁର ଅଞ୍ଚଳ ସଭାପତି ଅରକ୍ଷିତ ଭଇସାଲ, ଛତିଶଗଡ଼ର ଦାମ୍ବଦର ଯାଦବ, ଲମ୍ବୋଦର ବେମାଲ, ଏକାଦଶୀ ଗୋପାଳ, ଶିବ ବେମାଲ, ପ୍ରକାଶ ଭଇସାଲ, ଜଗଦୀଶ ନାଗ, ଅନାମ ଗୋପାଳ, ଦେବେନ୍ଦ୍ର ଭଇସାଳ, ଶମ୍ଭୁ ପ୍ରସାଦ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜିଲ୍ଲା ସାରା ହେବ ବୋଲି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର ସୂଚନା ଦେଇଛନ୍ତି।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.