କଳାହାଣ୍ଡି କ୍ଷେତ୍ରୀୟ ପାଇକ ସମାଜ ‘ବଚକା ଉପମଣ୍ଡଳ’ର ଗୃହ ନିର୍ମାଣ ପାଇଁ ଭୂମି ପୂଜା

ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡେଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା କ୍ଷେତୀୟ ପାଇକ ସମାଜ ଅନ୍ତର୍ଭୁକ୍ତ ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ବଚକା ଗାଁଠାରେ ବଚକା ଉପ ମଣ୍ଡଳ ଗୃହ ନିର୍ମାଣ ନିମନ୍ତେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବଚକା ଗାଁର କ୍ଷେତୀୟ ପାଇକ ସମାଜର କୂଳ ସଦର ବବ୍ରୁ ବାହନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ ଭୂମି ପୂଜା ଉତ୍ସବରେ ମୁଖ୍ୟ ଅଥିତି ଭାବେ କଳାହାଣ୍ଡି କ୍ଷେତ୍ରୟ ପାଇକ ସମାଜ ପୂର୍ବ ମଣ୍ଡଳ କୁଳପତି ଶ୍ରୀ ପ୍ରଦୀପ ଘଡ଼ାଇଙ୍କୁ ବଚକା ପାଇକ ଉପ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଉତ୍ସବରେ ସଂମ୍ମାନୀତ ଅତିଥି ଭାବେ ବିଶ୍ୱନାଥପୁର ଉପ ମଣ୍ଡଳ କୁଳ ସଦର ଗୋବିନ୍ଦ ପ୍ରଧାନୀ, ବନ୍ଧପାରି ପୂର୍ବତନ କୁଳ ସଦର ରାଧା ମୋହନ ଦଳପତି, ବଚକା ମଣ୍ଡଳ ସଂପାଦକ ଘାସିରାମ ବିଶି, ଭାଗିରଥି ଧଙ୍ଗଡା ମାଝୀ, ଉପଦେଷ୍ଟା କମିଟିର ପବିତ୍ର ପାତ୍ର, ମଧୁସୂଦନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ।


ବଚକା ଗ୍ରାମର ଶଙ୍କର ନାୟକ ଏହି ବୈଠକ ଘର ପାଇଁ ଚାରି ଡ଼ିସିମିଲ ଜମି ଦାନ କରିଥିଲେ। ଏହି ବୈଠକ ଘର ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବ ମଣ୍ଡଳ କୁଳପତି ଶ୍ରୀ ଘଡେଇ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ କିଛି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ଘଡେଇଙ୍କ ଅନୁରୋଧ କ୍ରମେ ବିଧାୟକ ଶ୍ରୀ ଦିଶାରୀ ଘର ନିର୍ମାଣ କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ଏହି ଭୂମି ପୂଜା ଉତ୍ସବରେ ଶ୍ରୀ ଘଡେଇ ପ୍ରକାଶ କରିଛନ୍ତି।

ପାଇକ ସମାଜର ଉନ୍ନତିକୁ ଦୃଷ୍ଟିରେ ନେଇ ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟ ବିବାହ, ବୃକ୍ଷ ରୋପଣ ଆଦି ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୌତୁକ ନାୟକ, ହୀରାଲାଲ ଦଣ୍ଡସେନା, କାନୁ ଚରଣ ବିଶି, ତ୍ରିନାଥ ପାତ୍ରଙ୍କ ସମେତ ବଚକା ଗ୍ରାମର ପାଇକମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.