ରାୟଗଡା ଜିଲ୍ଲାପାଳଙ୍କ ରାମନାଗୁଡ଼ା ବ୍ଲକ ପରିଦର୍ଶନ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ବୁଧବାର ରାମନାଗୁଡ଼ା ବ୍ଲକର ସୁଣ୍ଢିଧାମୁଣି ପଂଚାୟତ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରାମନାଗୁଡାର ଆମ ବିଦ୍ୟାଳୟ ଘୋଷିତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ।ସୁଣ୍ଢିଧାମୁଣି ଠାରେ ମିଶନଶକ୍ତି ଗୃହ ଦେଖି ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହ ଆଲୋଚନା କରି ଛେଳିପାଳନ, ଧାନଚାଷ ଓ ପନିପରିବା ଚାଷକରି କିପରି ଲାଭ ପାଉଛନ୍ତି ପଚାରି ବୁଝିଥିଲେ। ଆଗାମୀ ଦିନରେ ହଳଦୀଚାଷ, ମସଲାଗୁଣ୍ଡ ତିଆରି କରି କିପରି ଅଧିକ ଲାଭ ପାଇବେ ପରାମର୍ଶ ଦେଇ ୟୁନିଟ ସ୍ଥାପନ କରିବାକୁ ସରପଞ୍ଚ ସୁଜାତା ମାଣ୍ଡାଙ୍ଗୀଙ୍କୁ ସହଯୋଗ କରିବାକୁ କହିଥିଲେ।ଯଦି ଅଧିକ ଅନୁଦାନ ଆବଶ୍ୟକ ହୁଏ ତେବେ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଙ୍ଗନବାଡିର ଛତୁଆ ଓ ଅନ୍ୟାନ୍ୟ ସାମଗ୍ରୀ ଠିକ୍ ରୂପେ ମିଳୁଛି କି ନାହିଁ ଗ୍ରାମବାସୀଙ୍କୁ ପଚାରିବୁଝିଥିଲେ।

Omkar Vasthu
Omkar Vasthu


ବାଟପୁଲିସି ଗ୍ରାମର ଜଳସମସ୍ୟା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ତାଗିଦ କରିଥିଲେ। ମନରେଗା କାମରେ ଲିଖିତ ଅଭିଯୋଗକଲେ ଦୋଷୀ ବିରୁଦ୍ଧରେ ତଦନ୍ତ କରି ପଦକ୍ଷେପ ନେବାକୁ କହିଥିଲେ। ତାପରେ ରାମନାଗୁଡ଼ା ଉଚ୍ଚ ବିଦ୍ୟାଳୟକୁ ଆସି କାର୍ଯ୍ୟର ସମୀକ୍ଷା କରିଥିଲେ। ମୋ ବିଦ୍ୟାଳୟକୁ ଆସିଥିବା ଅନୁଦାନ ସଠିକ ବିନିଯୋଗ କରିବାକୁ ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବରଙ୍କୁ ପରାମର୍ଶ ଦେଇଥିଲେ। ଅକ୍ଟୋବର ୨ ତାରିଖ ସୁଦ୍ଧା ସମସ୍ତ କାମସରିବା ଏହା ଯେପରି ଏକ ଆଦର୍ଶ ବିଦ୍ୟାଳୟ ହେବ,ଏଠାରେ ପଢ଼ୁଥିବା ଛାତ୍ରୀ ଛାତ୍ରଙ୍କ ହୃଦୟଙ୍ଗମ ହେବା ଉଚିତ ଯେ, ଏପରି ଏକ ବିଦ୍ୟାଳୟରେ ମୁଁ ପଢ଼ିଛି। ଜିଲ୍ଲାପାଳଙ୍କ ସହିତ ରାୟଗଡା ଡି ଆର ଡି ଏ ପ୍ରକଳ୍ପ ପ୍ରଶାସକ ମହେଶ୍ୱର ନାୟକ, ତହସିଲଦାର ଜୟଶ୍ରୀ ମଲ୍ଲିକ, ଅତିରିକ୍ତ ତହସିଲଦାର ଫର୍ଡିନାଣ୍ଡ ଏକ୍କା, ସିଡିପିଓ ଶାନ୍ତିଲତା ରଥ, ବିଇଓ ସୁଜନ ମଲ୍ଲିକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.