ଅଙ୍ଗନବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ନାରାୟଣ ଗୁଡା ଗ୍ରାମବାସୀ: କେନ୍ଦ୍ରରେ ତାଲା ପକାଇ ଜିଦରେ ଅଟଳ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରୀ ପଂଚାୟତ ଅଧୀନସ୍ଥ ନାରାୟନଗୁଡା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ବଢ଼ିବାରେ ଲାଗିଛି। ଏ ନେଇ ଗ୍ରାମର ମହିଳାମାନେ ଗତ କାଲି ରାମନାଗୁଡା ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଠିକ ଭାବରେ ନ ଦେବା, ଶୌଚାଳୟ ବ୍ୟବହାର କରିବାକୁ ମନା କରିବା ଏବଂ ଶିଶୁ ମାନଙ୍କ ଅଭିଭାବକଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ।

Omkar Vasthu
Omkar Vasthu


ଏ ସମ୍ପର୍କିତ ଅଭିଯୋଗ ନେଇ ଗତ ମାସ୧୯ ତାରିଖରେ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଏବଂ ୨୭ ତାରିଖରେ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟଳୟରେ ଅଭିଯୋଗ ପତ୍ର ଦେଇଥିଲେ ସୁଦ୍ଧା କୌଣସି ତଦନ୍ତ କିମ୍ବା କେନ୍ଦ୍ରକୁ ପରିଦର୍ଶନ ମଧ୍ୟ ବିଭାଗୀୟ ଅଧିକାରୀ ଯାଇ ନଥିବାରୁ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଗତ କାଲି ଧାରଣା ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ଘଟଣାକୁ ନେଇ ଗୁରୁବାର ରାମନାଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ କୁଜେନ୍ଦ୍ରୀ ମଣ୍ଡଳ ପରିଦର୍ଶିକା ମାଲେଶ୍ୱରୀ ପଟ୍ଟନାୟକ, ଗୁଣୁପୁର ପୋଲିସ ଉପସ୍ଥିତିରେ ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା। କିନ୍ତୁ ବୈଠକରେ କୌଣସି ନିଷ୍ପତ୍ତି ହୋଇ ପାରିନଥିବାରୁ ଶେଷରେ ଗ୍ରାମର ମହିଳା ମାନେ ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ।


ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ସିଡିପିଓ ଶ୍ରୀମତୀ ରଥ। ଅନ୍ୟପକ୍ଷରେ ଅଙ୍ଗନବାଡି କେନ୍ଦ୍ର ଠିକଠାକ ଚାଲିଥିବା କହିଛନ୍ତି ଅଙ୍ଗନବାଡି କର୍ମୀ ଜୟନ୍ତୀ ଗୋମାଙ୍ଗ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀଙ୍କ ଅଭିଯୋଗ ର ସମାଧାନର ବାଟ ଫିଟି ନଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.