ବଲାଙ୍ଗୀର ବାଇପାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନ୍ଏଚ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ସହ ବଲାଙ୍ଗୀର ଏକ୍ସନ କମିଟିର ଆଲୋଚନା

ବଲାଙ୍ଗୀର: ବଲାଙ୍ଗୀର ଏକ୍ସନ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧି ମଣ୍ଡଳ ଆଜି ବଲାଙ୍ଗୀର ଏନ୍ଏଚ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ନାୟକଙ୍କୁ ସାକ୍ଷାତ କରି ବଲାଙ୍ଗୀର ବାଇପାସ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୦୫ ମସିହାରୁ ବଲାଙ୍ଗୀରରେ ବାଇପାସ ପାଇଁ ସରକାରୀ ସ୍ବୀକୃତି ମିଳିବା ସତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଇ ପାରିନାହିଁ। ବାଇପାସ ନଥିବାରୁ ସହର ଭିତରେ ଭାରି ଯାନବାହନ ଚାଲିବା ଯୋଗୁ ଅତୀତରେ ବହୁ ବ୍ୟକ୍ତିଙ୍କ ଜୀବନହାନୀ ହୋଇଛି। ବଲାଙ୍ଗୀର ଏକ୍ସନ କମିଟି ୨୦୧୪ ମସିହାରୁ ବାଇପାସକୁ “ବଲାଙ୍ଗିର ର ସୁରକ୍ଷା ଚକ୍ର” ନାମରେ ନାମିତ କରି ତୁରନ୍ତ ନିର୍ମାଣ ପାଇଁ ଅନବରତ ପ୍ରୟାସ କରିଆସୁଛି। ଏହି ସନ୍ଦର୍ଭ ରେ ଅଭିନବ ଢଙ୍ଗ ରେ “fight at night” ପରି ଆନ୍ଦୋଳନ, ଭାରି ଯାନ ରାତି ୧୨ ଟା ପର୍ଯ୍ୟନ୍ତ ସହରରେ ପ୍ରବେଶ ନିଷେଧ ତଥା ବାଇପାସ ପାଇଁ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଏବଂ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ ଙ୍କ ଉପସ୍ଥିତିରେ ଜାତୀୟ ରାଜପଥର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା ଆଦି ଅନ୍ୟତମ।

Pearl dental clinic
Near Ashish Medical Store, Bhawanipatna

ଆଜିର ଆଲୋଚନାରେ ନିର୍ବାହୀ ଯନ୍ତ୍ରୀଙ୍କୁ କମିଟି ପକ୍ଷରୁ ବାଇପାସ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ପ୍ରଶ୍ନ ପଚରା ଯାଇଥିଲା। ନିର୍ବାହୀ ଅଧିକାରୀ ତାଙ୍କ ପ୍ରତି ଉତ୍ତରରେ ଦେଇଥିବା ସୂଚନା ଅନୁସାରେ – ଜମି ଅଧିଗ୍ରହଣ କାର୍ଯ୍ୟ ୮୨% ସମ୍ପୂର୍ଣ୍ଣ ହେଇ ସାରିଛି ଖୁବ ଶୀଘ୍ର ବାକି ଥିବା କାର୍ଯ୍ୟ ସମାପନ କରି ବାଇପାସ ତିଆରି ପାଇଁ ଟେଣ୍ଡର ଆସନ୍ତା ତିନି ମାସ ପରେ କରାଯିବ। ଏହା ସହିତ ଆସନ୍ତା ୩ ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ଉଲ୍ଲେଖ କରିଥିଲେ। କମିଟି ପକ୍ଷରୁ ଯଥାସମ୍ଭବ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଶ୍ରୀଯୁକ୍ତ ନାୟକଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଆଗାମୀ ଦିନରେ ସଠିକ ସମୟରେ କାର୍ଯ୍ୟ ସମ୍ପନ୍ନ କରା ନ ଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସୂଚିତ କରାଯାଇଥିବା ଜଣାପଡ଼ିଛି। ଏହି ପ୍ରତିନିଧି ମଣ୍ଡଳରେ କମିଟିର ଉପଦେଷ୍ଟା ଇଂ. ମଗନଲାଲ ଅଗ୍ରୱାଲ, ଉପସଭାପତି ମୁନା ପଟ୍ଟନାୟକ, ଯୁବ ସଭାପତି ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.