କବିତା: ଇଚ୍ଛାରେ ମଣିଷ ଜୀବନ

✍🏾ବିରଞ୍ଚି ନାରାୟଣ ଚୌଧୁରୀ

ଜୀବନ ଆରମ୍ଭ ଇଚ୍ଛାରେ ମଣିଷ
ସୃଷ୍ଟି ଏ ମଣିଷର
ଆରମ୍ଭ ରୁ ଭାବେ ଇଚ୍ଛାରେ ବଞ୍ଚିବି
ଇଚ୍ଛା ମୋର ଅଧିକାର ।।

Omkar Vasthu
Omkar Vasthu

ଇଚ୍ଛାରେ ବି ଅଛି ଆନନ୍ଦଯେ କେତେ
ଭାବି ନ ପାରଇ ମଣିଷ
ଭାବିବାରେ ତାର ସରେ ଯେ ବୟସ
କାଁହୁ ସେ କରିବ ଅୟସ ।।

Pearl dental clinic
Near Ashish Medical Store, Bhawanipatna

ଇଚ୍ଛାରେ ଶିକ୍ଷା ଇଚ୍ଛାରେ ତା ଜୀବନ
ବାଛି ନେଇ ଚାଲେ ମଣିଷ
ଚାଲୁ ଚାଲୁ ସେତ ଥକି ପଡି ଭାବେ
ପାଏ ନାହି ତାର ସାହସ ।।

Udyog Nursery
Udyogi Nursery

ଇଚ୍ଛାରେ ବି ଅଛି ଅସରନ୍ତି ଦୁଖଃ
ପାଏ ନାହି ଥଳ କୁଳ
ଜୀବନର ଡଙ୍ଗା ଟଳ ମଳ.ହୋଇ
ଲାଗି ଥାଏ ନଈ କୁଳ ।।

ଈଛାଟିରେ ଅଛି ଅଶେଷ ଆନନ୍ଦ
ଜୀବନଟି ମଜା ଲାଗେ
ଭୁଲି ଯାଏ ସବୁ ବନ୍ଧୁ ସହୋଦର
ଏକୁଟିଆ ଅଛି ଭାବେ ।।

ଇଚ୍ଛା ଇଚ୍ଛାରେ ଜୀବନର ମୂଲ୍ୟ
ସରିଯାଇଥାଏ ଆସି
ବାକିରହି ଥାଏ ଶେଷ ଇଚ୍ଛା ଖାଲି
ହୋଇ ସେ ଅଣ ନିଶ୍ୱାସୀ ।।

ଈଛାଟି ଯେ ଅଟେ ଅଦ୍ଭୁତ ଶକ୍ତି
ନାହି ପରା ଭବ ତାର
ଇଚ୍ଛା ଈଛାଟି ହିଁ ମଣିଷକୁ ଟାଣେ
ନେଇଯାଏ ନର୍କଦ୍ୱାର ।।

ଇଚ୍ଛା ଇଚ୍ଛା ରେ ହିଁ କରିଦିଏ ସବୁ
ଖରାପ କାମଟି ଭାଇ
ଇଚ୍ଛାପରେ ସିଏ ଶେଷ ବାଟ ଟିରେ
ଅନୁତାପ କରେ ଭାଇ ।।

ଇଚ୍ଛା ଇଚ୍ଛାରେ ହିଁ ବଡ ଲୋକ ହୁଏ
ଲୁଣ୍ଠିତ କରିଯେ ସବୁ
କର୍ମ ଫଳ ସିଏ ଭୁଞ୍ଜି ବସେ ଆସି
ଈଛାଟି ହରାଏ ସବୁ ।।

ଶେଷ ଜୀବନର ଈଛାଟି ବିଚିତ୍ର
ସାଥିରେ ନଥାନ୍ତି କେହି
ଶେଷ ଇଚ୍ଛାଟିକ କର୍ମଫଳ ହୋଇ
ଜୀବନେ ଥାଆନ୍ତି ରହି ।।

ପରାମର୍ଶ ଭାଇ ମୋର ଯେ ଅଟଇ
ଈଛାଟିକୁ ଦିଅ ମାରି
ସତକର୍ମ ସହ ଭଲ କର୍ମକର
ଜୀବନଟି କର ପାରି ।।

ପୋଲିସ ବିଭାଗ
ରାୟଗଡା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.