ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଗ୍ରାମ୍ୟ ମଣ୍ଡପ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୨୦୨୧-୨୨ ଆର୍ଥିକ ବର୍ଷରେ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଥେରୁବାଲି ଗ୍ରାମ ପଞ୍ଚାୟତର ବରିଗୁଡା ଗ୍ରାମ ଠାରେ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ମଣ୍ଡପର ଶୁଭ ଉଦଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଇମ୍ଫା ଶିଳ୍ପ ଗୋଷ୍ଠୀ ସଚୀବାଳୟର ମୁଖ୍ୟ ଶ୍ରୀଯୁକ୍ତ ପ୍ରେମ ଖଣ୍ଡେଲୱାଲଙ୍କ କରକମଳରେ ଶ୍ରୀମତୀ କବିତା ଖଣ୍ଡେଲୱାଲ ଓ ଇମ୍ଫା-ଥେରୁବାଲିର ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ ଓ ଶ୍ରୀମତି ସୋମା ରାୟ ଓ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲକା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମ୍ୟ ମଣ୍ଡପଟି ଉଦଘାଟିତ ହୋଇଛି।

Omkar Vasthu
Omkar Vasthu


ଗ୍ରାମବାସୀମାନେ ଅତିଥି ମାନଙ୍କୁ ପାରମ୍ପରିକ ବାଦ୍ୟ, ନୃତ୍ୟ ଗୀତର ତଳେ ତଳେ ଗ୍ରାମ ଭିତରକୁ ପାଛୋଟି ନେଇଥିଲେ । ଗ୍ରାମାଦେବୀଙ୍କୁ ପୂଜାର୍ଚନା କରିବା ପରେ ଶ୍ରୀମାନ ଖଣ୍ଡେଲୱାଲ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସ୍ଥାପିତ ନଳକୂପକୁ ଲୋକାର୍ପଣ କରିବା ପରେ ଗ୍ରାମ୍ୟ ମଣ୍ଡପକୁ ନାଲି ଫିତା କାଟି ଉଦଘାଟିତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଇମ୍ଫା ଦ୍ଵାରା ବାରିଗୁଡା ଗ୍ରାମରେ ଏଭଳି ଏକ ମଣ୍ଡପ ଓ ନଳକୂପ ସ୍ଥାପନ କରାଯାଇଥିବାରୁ ଗ୍ରାମର ମୁଖ୍ୟ ଶ୍ରୀମାନ ଗୋପାଳ ହିକକା, ସୁଶ୍ରୀ ସାବିତ୍ରୀ ହିକକା , ଶ୍ରୀମାନ ତ୍ରିନାଥ ହିକକା ଇମ୍ଫା କର୍ତ୍ତୁପକ୍ଷ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିପୂର୍ବରୁ ଗତକାଲି ଇମ୍ଫା ଏମ୍ପ୍ଲୋଇଜ କ୍ଲବରେ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚାଲୁ ରହିଥିବା ଗ୍ରାମୀଣ ମହିଳା ସିଲେଇ ତାଲିମ କେନ୍ଦ୍ରରେ ଆଖପାଖ ୫ଟି ଗ୍ରାମ-ପଞ୍ଚାୟତରୁ ୨୭ ଜଣ ଯୁବତୀ ଓ ମହିଳା ନୁତନ ଶିକ୍ଷାର୍ଥୀ ଅଧିଗ୍ରହଣ ଉତ୍ସବରେ ୫ଟି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ମମତା ପୁଲକା, ସୁଶ୍ରୀ ରୀନା କଡ୍ରାକା । ସୁଶ୍ରୀ ମାଣିକ ପୀର୍ବକା, ଶ୍ରୀମତି ସୁଶାନ୍ତି କୁଟୃକା, ଶ୍ରୀମାନ ନରସିଂହ କିଲାକା ଓ ପଞ୍ଚାଯତ ସମିତି ଉପଧକ୍ଷ୍ୟ ଶ୍ରୀମାନ ହଲଧର ହିମିରିକାଙ୍କ ସହ ଶ୍ରୀଯୁକ୍ତ ପ୍ରେମ ଖଣ୍ଡେଲୱାଲ, ଶ୍ରୀମତୀ କବିତା ଖଣ୍ଡେଲୱାଲ ଶ୍ରୀମାନ ଆଶିଷ କୁମାର ରାୟ ଓ ଶ୍ରୀମତି ସୋମା ରାୟ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery


ଉଭୟ କାର୍ଯ୍ୟକ୍ରମରେ ଇମ୍ଫା ଉପମୁଖ୍ୟ ପ୍ରବନ୍ଧକ ଶ୍ରୀମାନ କଲୋଳ ନାୟକ, ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ “ପଲ୍ଲୀ ବିକାଶ”ର ନିର୍ଦ୍ଦେଶକ ଶ୍ରୀମାନ ରାଧାଶ୍ୟାମ ପଣ୍ଡା ଯୋଗ ଦେଇଥବା ବେଳେ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.