କର୍ମସନ୍ୟାସ ଯୋଗର ବିସ୍ତୃତ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ କବି ବନ୍ଧୁ ପରିବାରର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ, ପରିବାରର ରାଜ୍ୟ ସଂଯୋଜକ ନଗେନ୍ଦ୍ର କୁମାର ରାଉତଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଆଭିମୁଖ୍ୟ ରଖିବା ସହ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ କଥା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବଚକ, ଆଲୋଚକ, ପ୍ରବଚକ, ଗବେଷକ, ପାଲାସମୀକ୍ଷକ ଡ଼କ୍ଟର ନିରଞ୍ଜନ ସାହୁ ମହାଭାଗଙ୍କର କର୍ମସନ୍ୟାସ ଯୋଗର ନଅଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ପଞ୍ଚମ ଅଧ୍ୟାୟ, କର୍ମସନ୍ୟାସଯୋଗର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ। ଯେଉଁ କର୍ମ ଶାସ୍ତ୍ରାନୁମୋଦିତ ତାହା କରଣୀୟ ବା କର୍ମ, ଯାହା ଶାସ୍ତ୍ରାନୁମୋଦିତ ନୁହେଁ ଅକରଣୀୟ ବା ବିକର୍ମ ଏବଂ କର୍ମ ତ୍ୟାଗ ହିଁ ଅକର୍ମ। ଏସବୁର ଭେଦ ଯତ୍ନର ସହ ବୁଝିବା ଉଚିତ। କର୍ମର ଗତି ଗହନ ଅଟେ ଅର୍ଥାତ କର୍ମତତ୍ତ୍ୱ ବୁଝିବା କଠିନ ଅଟେ। ଯେଉଁ ଜନ କର୍ମ ମଧ୍ୟରେ ଅକର୍ମ ଓ ଅକର୍ମ ମଧ୍ୟରେ କର୍ମ ଦେଖନ୍ତି, ସେ ମନୁଷ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିମାନ ଯୋଗୀ ଓ ସକଳ କର୍ମର କର୍ତ୍ତା ଅଟନ୍ତି ଭଳି ଅନେକ ତାତ୍ତ୍ବିକ ଆଲୋଚନା ପଣ୍ଡିତ ଡଃ ସାହୁ ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ। ଶେଷରେ ସଂଯୁକ୍ତା ରାଉତ ମଧ୍ୟ ନିଜ ବକ୍ତବ୍ୟରେ କର୍ମସନ୍ୟାସ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିବା ସହ ପଣ୍ଡିତଜୀଙ୍କର ବକ୍ତବ୍ୟ ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ମନ୍ତବ୍ୟ ଦେଇଥିଲେ। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ  ଗୀତାଞ୍ଜଳି ପୃଷ୍ଟି  ଧନ୍ୟବାଦ ଓ ରତିନାରାୟଣ ରାଉତ ଶାନ୍ତିପାଠ କରିବା ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.