ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା
ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ବାହାଲପୁରଠାରେ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ରେଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା ମୁଖ୍ୟ ଅତିଥି, ଗାହାଣ ଗାୟକ ମାଗତା ବେହେରା ମୁଖ୍ୟବକ୍ତା, ଗ୍ରାମ୍ୟ କମିଟି ସଭାପତି ରାମଚନ୍ଦ୍ର ବେହେରା ଓ ନାଏବ ସରପଞ୍ଚ ନିରଞ୍ଜନ ବେହେରା ସମ୍ମାନିତ ଅତିଥି, ସିଆରସିସି ଶରତ ଚନ୍ଦ୍ର ବେହେରା ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ। କବିତା ଗଳ୍ପ ଓ ପ୍ରବନ୍ଧ ପଠନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ନିଜର ଦକ୍ଷତାର ପରିଚୟ ଦେଇଥିଲେ। ଶିକ୍ଷକ ମହେଶ୍ଵର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଭବାନି ମହାନ୍ତି ଏବଂ ସୁକାନ୍ତ ନାୟକ ପରିଚାଳନରେ ସହଯୋଗ କରିଥିଲେ। ଗାହାଣୀ ଗାୟକ ମାଗତା ବେହେରା କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ବଂଶର ସୃଷ୍ଟିକୁ ସୁନ୍ଦର ଭାବରେ ନୃତ୍ଯ ଏବଂ ଗାନ କରାଇ ଛାତ୍ର ଓ ଛାତ୍ରୀମାନଙ୍କୁ ସାହିତ୍ୟ ପ୍ରତି ରୁଚି ରଖିବା ପାଇଁ ଉପଦେଶ ଦେଇଥିଲେ। ଶେଷରେ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା ମାଗତା ବେହେରାଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନିତ କରିଥିଲେ ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରିଥିଲେ।