ମୋ ଲେଖା ମୋ ଦୁନିଆ ପକ୍ଷରୁ ଆଭାସୀ ଆଲୋଚନାଚକ୍ର ଓ କବିତା ଆସର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଏକ ଅଗ୍ରଣୀ ସାହିତ୍ୟ ସଂସଦ “ମୋ ଲେଖା ମୋ ଦୁନିଆ” ପକ୍ଷରୁ ନୂତନ ବର୍ଷ ଅବସରରେ ଏକ ଆଭାଷୀ ଆଲୋଚନାଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି।  ନୂତନ ବର୍ଷକୁ ଅଧିକ ସାହିତ୍ୟାନୁମୁଖୀ କରିବା ଉଦ୍ଧେଶ୍ୟରେ ଏହି ସ୍ୱତନ୍ତ୍ର କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା କଲେଜର ପ୍ରାକ୍ତନ ପ୍ରାଧ୍ୟ୍ୟାପକ ଗାଳ୍ପିକ, କବି ସମାଲୋଚକ ତଥା ଗବେଷକ ଡଃ ଶ୍ରୀଯୁକ୍ତ ଭୁବନାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ତଥା ଦୂରଦର୍ଶନର ପାଲା ସମୀକ୍ଷକ ପଣ୍ଡିତ ଡଃ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ମୁଖ୍ୟ ବକ୍ତା ରବି ନାରାୟଣ ପଣ୍ଡା ଯୋଡିହୋଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ, କବି ତଥା ଜଣେ ସୁସାହିତ୍ୟିକା ମଞ୍ଜୁଶ୍ରୀ ବରାଳ କବିତା ଆସରର ସଂଯୋଜନା କରିଥିଲେ।  ଡ଼. ଭବାନୀ ଶଙ୍କର ନିଆଲ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ରତିନାରାୟଣ ରାଉତ ବେଦପାଠ କରିଥିବା ବେଲେ ସ୍ୱାଗତ ସମ୍ଭାଷଣ ଯୋଗଗୁରୁ ସନାତନ ମହାକୁଡ଼ ରଖିଥିଲେ। ଏହି ସଭାଟିକୁ ପ୍ରତିଷ୍ଠାତା ତଥା ସମ୍ପାଦକ ଖୁସିରାମ ସାହୁଙ୍କ ଆହ୍ୱାନ କ୍ରମେ କବି ଶ୍ରୀଯୁକ୍ତ ରାଜକିଶୋର ମୁଣ୍ଡି ସଭା ପରିଚାଳନା ଓ ଅତିଥି ପରିଚୟ କରିଥିଲେ। ଶେଷରେ ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ ୪୫ଜଣ କବି ଓ ସାହିତ୍ୟିକ ଅଂଶ ଗ୍ରହଣ କରି ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ। ଅଗ୍ନି କୁମାର ସାହୁ, ଅକ୍ଷୟ କୁମାର ସାହୁ, ଅନସୂୟା ମଲ୍ଲିକ, ଭାଗିରଥି ପତି, ଅଭିମନ୍ୟୁ ପ୍ରଧାନ, ତରଙ୍ଗ ଚଣ୍ଡି, ଦୀପକ କୁମାର ପଣ୍ଡା, ପାର୍ଥ ଶବର, ପ୍ରିୟଦର୍ଶିନୀ ମିଶ୍ର, ନଗେନ୍ଦ୍ର କୁମାର ରାଉତ, ଭାରତ ଚରଣ ବେହେରା, ସୁପ୍ରିୟା ସାହୁ, ରୁପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ, ସୁବ୍ରତ କୁମାର ପ୍ରଧାନ,କମଳିନୀ ଚଣ୍ଡି, ସୁଶାନ୍ତ ରଣା, ବିନୟ ନାଏକ ଓ ପିଙ୍କୁ ରଣବିଡା ଆଦି ପ୍ରମୁଖ କବି ଓ କବୟତ୍ରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.