ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ: ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର ପାଇଲା ମା ଡୁମେର ମୁଡେନ ଯୁବକ ସଂଘ କାଙ୍କେରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସଂସଦକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାଏକ, ରମେଶ କୁମାର ପାଢ଼ୀ ଜିଲ୍ଲା କ୍ରୀଡା ଅଧିକାରୀ, ସତ୍ୟନାରାୟଣ ମୁଣ୍ଡଛୀନା ମାଣିଙ୍କେଶ୍ୱରୀ ମହାବିଦ୍ୟାଳୟ ପ୍ରିନ୍ସିପାଲ ଥୁଆମୂଳ ରାମପୁର, ଉମେଶ ଚନ୍ଦ୍ର ଶତପଥୀ ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର ପ୍ରିନ୍ସିପାଲ, ମେଜର ଡକ୍ଟର ଜୟଦେବ ସାହୁ ଅଧ୍ୟାପକ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ, ଆଶିଷ କୁମାର ଠାକୁର ଜିଲ୍ଲା ଯୁବ ଅଧିକାରୀ ନୂଆପଡା, ପ୍ରତାପଚନ୍ଦ୍ର ଦାସ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ  ଏନଏସଏସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ଗ୍ରାମର ମା ଡୁମେର ମୁଡେନ ଯୁବକ ସଂଘକୁ ଜିଲ୍ଲାର ଶ୍ରେଷ୍ଠ ଯୁବ ଅନୁଷ୍ଠାନ ଭାବେ ପୁରସ୍କୃତ କରିବା ସହ ୨୫୦୦୦/- ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରତାପ ଚନ୍ଦ୍ର ଦାସ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମରେ ମା ଡୁମେର ମୁଡେନ ଯୁବକ ସଂଘର ସଭାପତି ମହେଶ୍ୱର ସୁନାନୀ, ଉପ ସଭାପତି ଛବିଲାଲ ଜଗତ, ସହ ସମ୍ପାଦକ ଚିନ୍ମୟ ବାଗ, କୋଷାଧ୍ୟକ୍ଷ ପିତାମ୍ବର ବାଗ, ସାଂସ୍କୃତିକ ସମ୍ପାଦକ ହିତେସ ଜଗତ, ପ୍ରୋଜେକ୍ଟ୍ ଡାଇରେକ୍ଟର୍ ମଣ୍ଟୁ ବାଗ, ସହ ପ୍ରୋଜେକ୍ଟ୍ ଡାଇରେକ୍ଟର୍ ହରିଲାଲ ଜଗତ ଏବଂ ଅନ୍ୟତମ ସଦସ୍ୟ ଗୋପାଲ ଜଗତ, ସୁବନ ସୁନାନୀ, ଲୋକନାଥ ସୁନାନୀ, ଜୟନ୍ତ ଧଙ୍ଗଡାମାଝୀ, ଗୋବିନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.