ମରଦରାଜ ସାଂସ୍କୃତିକ ପରିଷଦ ତରଫରୁ ଉତ୍କଳ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମରଦରାଜ ସାଂସ୍କୃତିକ ପରିଷଦ ତରଫରୁ ୮୮ତମ ଉତ୍କଳ ଦିବସ ପରିଷଦର ସଭାପତି ଡାକ୍ତର ଏସ. ରାମାରାଓଙ୍କ ଅଧକ୍ଷତାରେ ସ୍ଥାନୀୟ ଯୁବରାଜ ବଙ୍ଗଳା ରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଓଡିଶା କଳା ସଂସ୍କୃତି ଓ ପ୍ରାଚୀନ ଐତିହ୍ୟ ର ଅବତାରଣା କରି ଓଡିଶା ଏକତ୍ରୀକରଣ ରେ ଖଲ୍ଲିକୋଟ ରାଜା ପରିବାର ଓ ଆଧୁନିକ ଖଲ୍ଲିକୋଟ ଗଠନ ରେ ସୁଜ୍ଞାନୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦିଲୀପ ଦାସ, ସୁଶ୍ରୀ ଆରତୀ ଦେବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡିଶା ତଥା ଗଂଜାମ ରେ ଶିକ୍ଷା ର ବିକାଶ ଖଲ୍ଲିକୋଟ ରାଜା ପରିବାରର ଅନବଦ୍ୟ ଭୂମିକା ଥିବା ପ୍ରକାଶ କରି ଓଡିଶା ଏକତ୍ରୀକରଣ କୁ ତେଜିବ ପାଇଁ ପ୍ରଜାବନ୍ଧୁ ପତ୍ରିକା ପ୍ରତିଷ୍ଠା କରିଥିବା ସୂଚନା ଦେଇଥିଲେ l ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦ ର ପ୍ରାକ୍ତନ ଉପ – ସଭାପତି ଡାକ୍ତର ହରପ୍ରସାଦ ମହାପାତ୍ର ଓ ଇଂ ଅନିରୁଦ୍ଧ ସାହୁ ସହସଂପାଦକ ମହେଶ୍ୱର ବରଡ ପ୍ରମୁଖ ଯୋଗ ଦେଇଥିବା ବେଳେ ପରିଷଦ ର ସମ୍ପାଦକ ସୁଧାଂଶୁ ଶେଖର ସାହୁ ବିବରଣୀ ପାଠ କରିଥିଲେ ଓ ଡ଼ଃ. ଜ୍ୟୋସ୍ନା ପ୍ରଧାନ ସଂଯୋଜନା କରିଥିଲେ l ବିଜେଡି ବ୍ଲକ ସଭାପତି ଗଙ୍ଗାଧର ଖୁଣ୍ଟିଆ, ସଂସଦ ପତିନିଧି ରତ୍ନାକର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷାବିତ ଚନ୍ଦ୍ର ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.