ସାହାଜଖୋଳ ଜଙ୍ଗଲ ସୁରକ୍ଷା ସମିତିର ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭୁର୍ଷାଗୁଡା ମହାଭାରତ ପଡ଼ିଆଠାରେ ଧର୍ମଗଡ଼ ବନାଞ୍ଚଳ, ସାହାଜଖୋଳ ଜଙ୍ଗଲ ସୁରକ୍ଷା ସମିତିର ନିରଞ୍ଜନ ବାଗ, ଭଜମନ ନାଏକ ଓ ସୁବାଷ ଖର୍ସେଲଙ୍କ ଆବାହନରେ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ଗୋବିନ୍ଦ ଭଇଁସାଲଙ୍କ ସଭାପତିତ୍ବରେ ବୈଠକ ଆରମ୍ଭ ହୋଇଥିଲା। ଏଥିରେ କୋକସରା ବ୍ଳକର ବିଭିନ୍ନ ଗ୍ରାମର ଲୋକେ ଯୋଗଦେଇ ଭିଏସଏସର ଦାୟିତ୍ଵ, ଜଙ୍ଗଲ ସୁରକ୍ଷା ଉପରେ ଲୋକଙ୍କୁ ସଚେତନତା କରିବା, ଭିଏସଏସ ର ୫୦/୭୦ ହେକ୍ଟର ଜାଗାକୁ ଚିହ୍ନଟ କରିବା, ଜଙ୍ଗଲ ମାଫିଆ ମାନଙ୍କ ଜବର ଦଖଲ ଉଚ୍ଛେଦ କରିବା ଆଦି ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଜଙ୍ଗଲ ସୁରକ୍ଷା ସମିତିର ନୂତନ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଭୁଜବଳ ସୋରୀ ମନୋନୀତ ହୋଇଥିଲେ। ସମ୍ପାଦକ ଭାବେ ଟିକଚନ ମାଝୀ, ଉପ ସଭାପତି ପରିକ୍ଷିତ ବେଶ୍ରା, କ୍ଷେତ୍ର ମାଝୀ, ସହ ସମ୍ପାଦକ ତ୍ରୀନାଥ ପୋଟା, କୋଷାଧ୍ୟକ୍ଷ ନିରଞ୍ଜନ ବାଗ, କାର୍ଯ୍ୟକାରୀ ସଭାପତି ଧନବଳ ମାଝୀ ପ୍ରମୁଖ ମନୋନୀତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.