ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କୁ ପ୍ରଥମ ବୈଠକ କୋର୍ଟ ପରିସରରେ ନିର୍ବାଚିତ ସଭାପତି ରାଜେନ୍ଦ୍ର ପ୍ରସାଦ ରଥଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବୈଠକରେ ଖଲ୍ଲିକୋଟକୁ ରାଜସ୍ୱ ଉପଖଣ୍ଡରେ ପରିଣତ କରିବା ଓ ଖଲ୍ଲିକୋଟ ରେଳ ଷ୍ଟେସନରେ କୋଣାର୍କ, ରାଜାରାଣୀ, ଫଲକନାମା ଓ ଭିଶାଖା ଭଳି ଦ୍ରୁତଗାମୀ ଟ୍ରେନ ଗୁଡିକର ରହଣି ପାଇଁ ଖଲ୍ଲିକୋଟ ଓକିଲ ସଂଘ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ l ଖୁବ ଶୀଘ୍ର କେନ୍ଦ୍ର ରେଳ କର୍ତ୍ତୃପକ୍ଷ ଦାବି ପ୍ରତି ଅଣଦେଖା କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ସର୍ବସଂମତି ନିଷ୍ପତି ନେଇଥିବା ପ୍ରକାଶ l ଉକ୍ତ ବୈଠକରେ ଓକିଲ ସଂଘ ସମ୍ପାଦକ ଜୟରାମ ଦାଶ ସେମିନାର ସମ୍ପାଦକ ସନ୍ତୋଷ କୁମାରସନତ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ୱାଇଁ, ଅରୁଣ କୁମାର ସିଂ, ମେଘନାଦ ଦଳାଇ, କୃଷ୍ଣ ଚନ୍ଦ୍ର ପଣ୍ଡା, ସୁଧାଂଶୁ ଶେଖର ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ନିଖିଳ ପଟ୍ଟନାୟକ, ସଞ୍ଜୟ ପାଣିଗ୍ରାହୀ, ହରିଶ ବେହେରା ସିମାଞ୍ଚଳ ବେହେରା, ଲକ୍ଷ୍ମୀ ମାଝୀ ପ୍ରମୁଖ ଓକିଲ ମାନେ ଅଂଶ ଗ୍ରହଣ କରିଥିଲେ l ପ୍ରକାଶ ଥାଉକି ଗତ ୯ ତାରିଖରେ ଖଲ୍ଲିକୋଟ ପ୍ରେସ କ୍ଲବର ଅବାହକତ୍ୱରେ ଖଲ୍ଲିକୋଟକୁ ରାଜସ୍ବ ଉପଖଣ୍ଡ ଓ ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣି ପାଇଁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମେତ ଖଲ୍ଲିକୋଟର ୧୧ ଗୋଟି ଅଗ୍ରଣୀ ସଂଗଠନର କର୍ମକର୍ତାଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଏହି ଦାବିକୁ ଆଗେଇ ନେବା ପାଇଁ ପ୍ରବଳ ସମର୍ଥନ ଓ ଜନମତ ସୃଷ୍ଟି ହୋଇଥିଲା l ଏହାକୁ ସଫଳ ପାଇଁ ଏକ କମିଟି ଗଠନ କରାଯାଇଥିଲା l





