ଭାରତର କିଛି ଦାମୀ ସ୍କୁଲ; ଯେଉଁଠି ପିଲାଙ୍କ ପାଠପଢା ଖର୍ଚ୍ଚ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସବୁ ବାପାମା ଚାହାନ୍ତି ସେମାନଙ୍କ ପିଲା ଏକ ଭଲ ସ୍କୁଲ୍‌ରେ ପାଠ ପଢ଼ୁ। ଭଲ ରେଜଲ୍ଟ କରୁ। ଭଲପାଠ ପଢ଼ିବା ଆଶାରେ ଅଭିଭାବକମାନେ ନିଜ ପିଲାଙ୍କୁ ସବୁଠାରୁ ମହଙ୍ଗା ସ୍କୁଲ୍‌ରେ ପାଠ ପଢାଇବାକୁ ପଛାନ୍ତି ନାହିଁ। ଯେଉଁଠି ପାଠ ପଢ଼ାଇଲେ ବର୍ଷକୁ ଦେବାକୁ ପଡ଼େ ଲକ୍ଷାଧିକ ଟଙ୍କା। ଭାରତରେ ଏମିତି କିଛି ମହଙ୍ଗା ସ୍କୁଲ ଅଛି ଯେଉଁଠି ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଦେଶର କିଛି ମହଙ୍ଗା ସ୍କୁଲ୍‌ ବିଷୟରେ ଜାଣନ୍ତୁ।

Omkar Vasthu
Omkar Vasthu

ଡେରାଡୁନର ଡୁନ ସ୍କୁଲ୍

Pearl dental clinic
Near Ashish Medical Store, Bhawanipatna

ଡୁନ୍‌ ସ୍କୁଲ୍‌ ଏକ ବୋର୍ଡିଂ ସ୍କୁଲ୍ ହୋଇଥିବା ବେଳେ ଏହା ଭାରତରେ ଖୁବ୍ ଲୋକପ୍ରିୟ। ଏଠି ବହୁ ବଡ଼ ବଡ଼ ନେତା ମନ୍ତ୍ରୀ ପାଠ ପଢ଼ିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏହି ସ୍କୁଲ୍‌ରେ ପାଠ ପଢ଼ିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଏହି ସ୍କୁଲ୍‌ରେ ପାଠ ପଢିଛନ୍ତି। ଏଠାରେ ବାର୍ଷିକ ଫି ପାଖାପାଖି ୯-୧୦ ଲକ୍ଷ ଟଙ୍କା। ଏଠି ଆଡ୍‌ମିଶନ ପାଇଁ ସାଢ଼େ ୩ ଲକ୍ଷର ଆଡ୍‌ମିଶନ ଫି ୱାନ୍‌ ଟାଇମ୍ ଡିପୋଜିଟ୍ ଦେବାକୁ ପଡ଼ିଥାଏ। ଏଥିସହିତ ସାଢ଼େ ୩ ଲକ୍ଷର ସିକ୍ୟୁରିଟି ଡିପୋଜିଟ୍ ବି ଦେବାକୁ ପଡ଼ିଥାଏ। ପିଲା ସ୍କୁଲ୍ ଛାଡ଼ିବା ପରେ ଏହି ସିକ୍ୟୁରିଟି ରାଶିକୁ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକୁ ଫେରାଇ ଦିଅନ୍ତି।

Udyog Nursery
Udyogi Nursery

4. Ecole Mondiale World School | Mumbai news - Hindustan Times

ଇକୋଲେ ମୋଣ୍ଡିୟଲ ୱାର୍ଲ୍ଡ ସ୍କୁଲ୍ ମୁମ୍ବାଇ

ମୁମ୍ବାଇରେ ଥିବା ଏହି ସ୍କୁଲ୍‌ ନିଜକୁ ଦେଶର ପ୍ରଥମ ଅନ୍ତର୍ଜାତୀୟ ସ୍କୁଲ୍‌ ବୋଲି ଦାବି କରିଥାଏ। ଏହି ସ୍କୁଲ୍‌ରେ ଅନେକ ପ୍ରୋଗ୍ରାମ ଅଫର କରାଯାଇଥାଏ। ଏଠାକାର ବାର୍ଷିକ ଫି ପାଖାପାଖି ୧୧ ଲକ୍ଷ ଟଙ୍କା। ଏଠାରେ କ୍ଲାସ୍ ଅନୁସାରେ ଫିସ୍ ଅଲଗା ଅଲଗା ହୋଇଥାଏ। ଏହା ବାଦ୍ କିଛି ଏଠାରେ ଅତିରିକ୍ତ ଶୁଳ୍କ ବି ଦେବାକୁ ପଡ଼ିଥାଏ।

Mussoorie Modern School, Mussoorie - Ranking, Compare, Brochure 2020 | AdmissionTeam

ଉଡ୍‌ଷ୍ଟକ୍‌ ସ୍କୁଲ୍ ମସୁରୀ

ଉତ୍ତରାଖଣ୍ଡ ମସୁରୀରେ ଏହି ସ୍କୁଲ୍ ରହିଛି। ଏଠାରେ ପିଲାଙ୍କୁ ପାଠ ପଢ଼ାଇଲେ ବାର୍ଷିକ ଫି ୮-୯ ଲକ୍ଷ ଦେବାକୁ ପଡ଼ିଥାଏ। ତେବେ ଯେତେବେ ବଡ଼ କ୍ଲାସ୍ ଏଠି ସେତେ ଅଧିକ ପଇସା। ଦ୍ୱାଦଶ ପାଇଁ ୧୬ ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏଷ୍ଟାବ୍ଲିସମେଣ୍ଟ ଫି ପାଇଁ ୪ ଲକ୍ଷ ଦେବାକୁ ପଡ଼ିଥାଏ।

5 most expensive schools in India: ये हैं भारत के 5 सबसे महंगे स्कूल, इनकी फीस आपकी सैलेरी से भी ज्यादा

ମର୍ସିଡିଜ୍ ବେଞ୍ଜ୍‌ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍ ପୁଣେ

ମହାରାଷ୍ଟ୍ର ପୁଣେର ହିଞ୍ଜୱାଡ଼ିରେ ଥିବା ମର୍ସିଡିଜ୍ ବେଞ୍ଜ୍‌ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍ ଦେଶର ମହଙ୍ଗା ସ୍କୁଲ୍‌ଗୁଡ଼ିକ ମଧ୍ୟରେ ଗୋଟିଏ। ଏଠାରେ ବାର୍ଷିକ ସ୍କୁଲ୍ ଫି ପାଖାପାଖି ୧୬ ଲକ୍ଷ। ଏହି ସ୍କୁଲ୍‌ରେ ପିଲାମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରୋଗ୍ରାମ ଅଫର କରାଯାଇଥାଏ। ଏଠାରେ ୩ଟି ଭାଗରେ ପିଲାମାନେ ପାଠ ପଢ଼ନ୍ତି। କିଣ୍ଡରଗାର୍ଟନ ସ୍ତରରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ, ପୁଣି ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ଓ ଏରଦଶରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି।

Gwalior's Scindia School tops the country, gets first rank by teamwork | देश में अव्वल रहा ग्वालियर का सिंधिया स्कूल, टीम वर्क से पाई फस्र्ट रैंक | Patrika News

ସିନ୍ଧିଆ ସ୍କୁଲ୍ ଗ୍ୱାଲିୟର

ସିନ୍ଧିଆ ସ୍କୁଲ୍ ଗ୍ୱାଲିୟର ଏକ ବୟଜ୍ ସ୍କୁଲ୍। ୧୮୯୭ରେ ଏହାର ସ୍ଥାପନା ହୋଇଥିବା ଏହି ସ୍କୁଲ୍‌ରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପାଠ ପଢ଼ିଛନ୍ତି। କେବଳ ମୁକେଶ ଅମ୍ବାନୀ ନୁହଁନ୍ତି, ବଲିଉଡ ଦବଙ୍ଗ ସଲମାନ ଖାନ୍, ଅନୁରଗା କଶ୍ୟପ ବି ଏଠାରେ ପାଠ ପଢ଼ିଛନ୍ତି। ଗ୍ୱାଲିୟର ଦୁର୍ଗ ଭିତରେ ରହିଥିବା ଏହି ସ୍କୁଲ୍‌ରେ ବାର୍ଷିକ ଫି ୭-୮ ଲକ୍ଷ ଟଙ୍କା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.