ତୃଟିପୂର୍ଣ୍ଣ ସର୍ଭେକୁ ବିରୋଧ କରି ଓବିସି ମୋର୍ଚ୍ଚର ରାଜ୍ୟପାଳଙ୍କୁ ଦାବୀପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓବିସି ସମ୍ପ୍ରଦାୟ ସମୁହର ଦୀର୍ଘ ଦିନର ଦାବୀ ପରେ ରାଜ୍ୟ ସରକାର ଓବିସି ସର୍ଭେ ଆରମ୍ଭ କରିଛନ୍ତି । ଗତ ତ୍ରୀସ୍ତରୀୟ ନିର୍ବାଚନରେ ଅନୁସୂଚିତ ଜାତୀ, ଅନୁସୂଚିତ ଜନଜାତି ଓ ମହିଳା ମାନଙ୍କ ପାଇଁ ବିଭିନ୍ନ ପଦ ପଦବୀ ନିମନ୍ତେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ରଖିନଥିବାରୁ ନିର୍ବାଚନ ସମୟରେ ଏହାକୁ ନେଇ ତୁମ୍ବି ତୁଫାନ ହୋଇଥିଲା । କେତେକ ସ୍ଥାନରେ ଓବିସି ସମ୍ପ୍ରଦାୟ ଭୋଟ ବର୍ଜନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏସବୁକୁ ଦେଖି ରାଜ୍ୟ ସରକାର ଓବିସି ସର୍ଭେ ପାଇଁ ଆଦେଶ ଦେଲେ । ଅପ୍ରେଲ ମାସରୁ ଅଙ୍ଗନୱାଡି କର୍ମୀ, ଆଇସିଡିଏସ ସୁପର ଭାଇଜର ମାନଙ୍କୁ ଓବିସି ସର୍ଭେ ପାଇଁ ତିନିଗୋଟି ପର୍ଯ୍ୟାୟରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ତହସିଲଦାର ଶଙ୍କର ବାଗ ଓ ଏବିଡିଓ ଦେବେନ୍ଦ୍ର ସାମଲ ପ୍ରମୁଖ ନୋଡାଲ ଅଧିକାରୀ ଭାବରେ ତାଲିମ ପ୍ରଦାନ କରିଥିଲେ । ନର୍ଲା ବ୍ଲକ ଅଞ୍ଚଳର ବିଦ୍ୟାଲୟ ଗୁଡିକରେ ସର୍ଭେକେନ୍ଦ୍ର ଗୁଡିକ ଖୋଲାଯାଇ ଓବିସି ଗଣନା କାର୍ଯ୍ୟ ହୋଇଯାଇଛି । ପରିବାରର ଜଣେ ମୂଖ୍ୟ ସର୍ଭେ କେନ୍ଦ୍ରକୁ ଆସି ଜନଗଣନାକାରୀଙ୍କ ନିକଟରେ ପରିବାର ବର୍ଗ ସଦସ୍ୟଙ୍କ ବିବରଣି ପ୍ରଦାନ କରି ଫର୍ମ ପୁରଣ କରାଯାଇ ସର୍ଭେ କରାଯାଉଛି । ହେଲେ ରାଜ୍ୟ ସରକାରଙ୍କର ଏହି ପ୍ରକ୍ରୀୟାରେ ଓବିସି ସର୍ଭେରେ ଅନେକ ଓବିସି ସଦସ୍ୟ ବାଦ ପଡିବା ନେଇ ଆଶଙ୍କା ରହୁଥିବାରୁ ଏହାକୁ ଭାରତୀୟ ଜନତାପାର୍ଟି ଓବିସି ମୋର୍ଚ୍ଚା ତରଫରୁ ବିରୋଧ କରାଯାଇ ସର୍ଭେକାରୀ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରନ୍ତୁ ଫଳରେ ଗ୍ରାମରେ ନଥିବା ବ୍ୟକ୍ତି, ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବା ବ୍ୟକ୍ତି ମାନେ ମଧ୍ୟ ଓବିସି ସର୍ଭେରୁ ବାଦ ପଡିବେନି ବୋଲି ସେମାନେ ଦାବୀ କରିବା ସହିତ ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ସର୍ଭେକୁ ତୃଟିପୂର୍ଣ୍ଣ ସର୍ଭେ ବୋଲି କହି ଓବିସି ମୋର୍ଚ୍ଚା ବିରୋଧ କରି ମହାମହିମ ରାଜ୍ୟପାଳଙ୍କୁ ବିଡିଓଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହିକ୍ରମରେ ଆଜି (ଶନିବାର ୬ ମଇ)  କଳାହାଣ୍ଡି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ମନ୍ମୟ ଚାନ୍ଦ(ଜିତୁ), ଦିଲୀପ ଗହୀର, ସଞ୍ଜୟ ସେଠୀ, ମୃଗରାଜ ନାଏକ, ଦଶରଥ ସାହୁ, ଜଗଦିଶ ସାହୁ, ଜଗନ୍ନାଥ ଗଉଡ, କୀର୍ତ୍ତିଚନ୍ଦ୍ର ଭୋଇ, ସନାତନ ବିଶ୍ୱାଳ, ଲକ୍ଷ୍ମଣ ଦୀପ, ପୂର୍ବ ଭୋଇ ପ୍ରମୁଖ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଓବିସି ସର୍ଭେକୁ ବିରୋଧ କରି, ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ନର୍ଲା ବିଡିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.