ଦଶ ମାସର ଶିଶୁପୁତ୍ର ଭୟଙ୍କର ରୋଗରେ ଶିକାର

ମା’ ଜୟନ୍ତୀଙ୍କ ଉପରେ ଦୁଃଖର ପାହାଡ଼, ଶିଶୁର ଚିକିତ୍ସା ପାଇଁ ରଞ୍ଜନ ଦାଦନ ଖଟୁଛି, ବିଧବା ଭଉଣୀ ଉପରେ ବୋଝ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଭୟଙ୍କର ରୋଗରେ ମାତ୍ର ୧୦ ମାସର ଶିଶୁ ପୁତ୍ର ଶିକାର ହେବା ପରେ ଗରିବ ପିତାମାତା ଉପରେ ଖସି ପଡିଛି ଦୁଃଖର ପାହାଡ଼ l ପୁଅର ଚିକିତ୍ସା ପାଇଁ ଶିଶୁର ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ମା’ ବିଧବା ଭଉଣୀ ପାଖରେ ଆଶ୍ରୟ ନେଇଛି l ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଂଚାୟତର ପିତୃମାତୃହରା ଜୟନ୍ତୀ ଦାସ (୨୫) ସେହି ବ୍ଲକର ମଠ ବରିଡା ଗ୍ରାମର ରଞ୍ଜନ ଦାସ (୨୮) ଙ୍କୁ ବିବାହ କରିଥିଲା l ତେବେ ଉଭୟ ଗରିବ ପରିବାରର ହୋଇଥିବାରୁ ମୂଲ ଲାଗି ଚଳନ୍ତି l ତେବେ ଜୟନ୍ତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଉଭୟ ବେଲପଡା ଆସି ବିଧବା ଭଉଣୀ ବାସନ୍ତୀ ଘରେ ରହିଲେ l ଜନ୍ମ ହେବାର ଖୁବ କମ ସମୟରେ ପୁତ୍ର ସନ୍ତାନ ବିଭୁର ଦୁଇଟି ଗୋଡ ଅଚଳ ହେବା ସହ ମୁଂଡଟି ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ସାଂଗକୁ ପିଠିରେ ଏକ ମାଂସ ପିଣ୍ଡୁଳା ସୃଷ୍ଟି ହେବା ଫଳରେ ଶିଶୁଟି ଯନ୍ତ୍ରଣା ରେ ଛଟପଟ ହେଉଥିଲା l ଧାରଉଧାର କରି ଏମକେସିଜିରେ ଓ ଏମସ ଆଦି ମେଡିକାଲରେ ଚିକିତ୍ସା କରିଥିଲା l ତେବେ ଚିକିତ୍ସା ପାଇଁ ଉତ୍କଟ ଦାରିଦ୍ର୍ୟ ଓ ଅର୍ଥାଭାବ ବାଧକ ସାଜିଥିବା ବେଳେ ଶିଶୁପୁତ୍ରର ବାପା ରଞ୍ଜନ ପୁଅର ଯନ୍ତ୍ରଣା ସହି ନପାରି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ଜୟନ୍ତୀକୁ ବିଧବା ଭଉଣୀ ବାସନ୍ତୀ ପାଖରେ ଛାଡି ଦେଇଛି l ଏପରି ସ୍ଥିତିରେ ଅସହାୟା ଜୟନ୍ତୀ ଶିଶୁ ପୁତ୍ରର ଚିକିତ୍ସା ପାଇଁ ଚିନ୍ତିତ ଥିବା ବେଳେ ଆଖିରୁ ଲୁହ ଶୁଖୁନି l ଜୟନ୍ତୀ ପେଟ ଚାଖଣ୍ଡେ ପାଇଁ ଦିନ ମଜୁରିଆ ଭଉଣୀ ଉପରେ ବୋଝ ପାଲଟିଛି l ଏଣେ ଜୟନ୍ତୀ ପାଖରେ ଖାଉଟି କାର୍ଡ ଖଣ୍ଡେ ନଥିବା ବେଳେ ବିଏସକେୱାଇ କାର୍ଡ ନାହିଁ l ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଚାଳ ମଧ୍ୟ ନାହିଁ l ତେଣୁ ରୋଗଗ୍ରସ୍ତ ଶିଶୁ ପୁତ୍ର ପାଇଁ ସରକାରୀ ଓ ବେସରକାରୀ ସହାୟତା ପାଇଁ ଜୟନ୍ତୀ ବାଷ୍ପ ରୂଦ୍ଧ କଣ୍ଠରେ ଆକୁଳ ନିବେଦନ କାରିଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଜୟନ୍ତୀଙ୍କ ପାଖରେ ପହଂଚି ଚିକିତ୍ସା ପାଇଁ ସହାୟତା ଯୋଗାଇବାର ଭରଷା ଦେଇ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.