ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ନିଲେଶ କୁମାର ନାଗ): ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶୁକ୍ରବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ବିକ୍ରମ ଆରୁଖ ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଖୁବଶୀଘ୍ର ଅଦଳବଦଳ ହେବା ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ମନ୍ତ୍ରୀ ପଦ କେଉଁ ଜିଲ୍ଲା କିମ୍ବା କେଉଁ ବିଧାୟକଙ୍କ ଭାଗରେ ପଡିବ ସେନେଇ ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ ଲାଗି ରହିଛି । ଏପଟେ ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବୃହତ ବିଜୟରେ ବିଜେଡ଼ି ଶିବିରରେ ଆନନ୍ଦର ଲହରୀ ଖେଳିଯାଇଛି । ଏପରି ସମୟରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।